Home Top News ପଞ୍ଜାବରେ ଆତ୍ମହତ୍ୟା କରିଥିବା ୨୦୦୦ କୃଷକଙ୍କ ବିଧବା ଦିଲ୍ଲୀର ଟିକିରୀ ସୀମାରେ ଆନ୍ଦୋଳନରେ ଯୋଗଦେଲେ

ପଞ୍ଜାବରେ ଆତ୍ମହତ୍ୟା କରିଥିବା ୨୦୦୦ କୃଷକଙ୍କ ବିଧବା ଦିଲ୍ଲୀର ଟିକିରୀ ସୀମାରେ ଆନ୍ଦୋଳନରେ ଯୋଗଦେଲେ

58

ନୂଆଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) : ପଞ୍ଜାବରେ ଗତ କିଛି ବର୍ଷ ଧରି ଆତ୍ମହତ୍ୟା କରିଥିବା କୃଷକଙ୍କ ପରିବାର ସଦସ୍ୟ ବୁଧବାର ଦିଲ୍ଲୀର ଟିକ୍ରି ସୀମାରେ ଚାଲିଥିବା ବିକ୍ଷୋଭରେ ଯୋଗ ଦେଇଛନ୍ତି। ମୃତ କୃଷକଙ୍କ କିଛି ବିଧବା ଏବଂ ମା କହିଛନ୍ତି ଯେ ସେମାନେ ବସିଥିବା ପ୍ରଦର୍ଶନରେ ଅଂଶଗ୍ରହଣ କରିବା ଏବଂ ଚାଷୀଙ୍କ ସପକ୍ଷରେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଏଠାକୁ ଆସିଛନ୍ତି।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା କରିଥିବା କୃଷକଙ୍କ ମଧ୍ୟରେ ପ୍ରାୟ ୨, ୦୦୦ ମହିଳା ମଙ୍ଗଳବାର ଦିନ ପଞ୍ଜାବର ମାଲୱା ଅଞ୍ଚଳର ୧୭ ଟି ବସ୍ ଏବଂ ୧୦ ଟି ଟ୍ରାକ୍ଟର ଟ୍ରଲିରେ ପହଞ୍ଚି ଭାରତୀୟ କିସାନ ୟୁନିଅନ୍ ପକ୍ଷରୁ ଏହି ପ୍ରଦର୍ଶନରେ ଭାଗ ନେଇଛନ୍ତି।

ମହିଳାମାନେ ନିଜ ସ୍ୱାମୀ ଏବଂ ପୁଅର ଫଟୋ ଧରି ପ୍ରଦର୍ଶନ କରୁଛନ୍ତି।

ଦିଲ୍ଲୀର ଟିକ୍ରି ସୀମାଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଏକ ଶିବିରରେ ହଜାର ହଜାର ମହିଳା ପହଞ୍ଚି ସେଠାରେ ଆତ୍ମହତ୍ୟା କରିଥିବା ମୃତ ସମ୍ପର୍କୀୟଙ୍କ ଫଟୋ ସହିତ ପ୍ରଦର୍ଶନ ଜାରି ରଖିଛନ୍ତି।

ଏହି ବିକ୍ଷୋଭରେ ଯୋଗ ଦେଇଥିବା ଅଧିକାଂଶ ମହିଳା ସାଙ୍ଗୁର ଜିଲ୍ଲାର ଜାଖପାଲ ଗାଁର ଏବଂ ଛୋଟ ଚାଷୀଙ୍କ ପରିବାରରୁ ଆସିଛନ୍ତି।

ସୂଚନାଯୋଗ୍ୟଯେ, କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲକୁ (Farm Bill 2020) ବିରୋଧ କରି ଆଜିକୁ ୨୨ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀ ସୀମାରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଜାରିରହିଛି ଆନ୍ଦୋଳନ (Farmer Protest)। ବୁଧବାର (ଡିସେମ୍ବର ୧୬, ୨୦୨୦) ଚାଷୀଙ୍କ ଆନ୍ଦୋଳନ ଚାଲିଛି।

ଗତକାଲି ହରିୟାଣାର ଜଣେ ଶିଖ ଧର୍ମଗୁରୁ ଦିଲ୍ଲୀସ୍ଥିତ ସିଂଘୁ ବର୍ଡର ଠାରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.