Home କେନ୍ଦୁଝର ପଞ୍ଚୁଗୋଛିଆ ବଜାରରେ ଆସପେୟାର ପକ୍ଷରୁ ଗଣିତ ହାଟ

ପଞ୍ଚୁଗୋଛିଆ ବଜାରରେ ଆସପେୟାର ପକ୍ଷରୁ ଗଣିତ ହାଟ

62

ହାଟଡ଼ିହି-୨୭/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ବଜାରରେ ଟାଟା ଆସପେୟାର ପକ୍ଷରୁ ଗଣିତହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚୁଗୋଛିଆ, ବରେଶ୍ୱର, ତରଭା, ସାହାନନ୍ଦପୁର, ବଳଭଦ୍ରପୁର, ବଳଭଦ୍ରପୁର, ବରଡି, କଣ୍ଠିଆଡି ଆଦି ଗ୍ରାମର ୩୦ରୁ ଉଦ୍ଧ ଶିଶୁ ଅଂଶ ଗ୍ରହଣ କରି ବିଭିନ୍ନ ଦୋକାନରେ ବିକ୍ରୀବଟା କରିଥିଲେ । ଏହିକାର୍ଯ୍ୟକ୍ରମକୁ ଶିକ୍ଷାବିତ ମକରଧ୍ୱଜ ଓଝା, ମାନସ ନାୟକ, କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବାହ ଏହିପରି ଏକ କାର୍ଯ୍ୟକ୍ରମ ଦ୍ୱାରା ଶିଶୁ ମାନଙ୍କ ମଧ୍ୟରେ ମିଶାଣ, ଫେଡାଣ, ହରଣ, ଗୁଣନ ଭଳି ଅଙ୍କ ଗୁଡିକୁ ସହଜରେ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଟାଟା ଆସପେୟାର ପକ୍ଷରୁ ସି.ଏଫ ଆଦିତ୍ୟ ପଟ୍ଟନାୟକ, ଜିପିସିଏମ ସୁନିଲ କୁମାର ବରାଳ, ସନ୍ତୋଷ କୁମାର ଜେନା, ସୁମନ୍ତ କୁମାର ଜେନା, ରଞ୍ଜନ କୁମାର ନାୟକ, ଜ୍ୟୋତିପ୍ରକାଶ ମହାପାତ୍ର, ଏଲ.ଏଫ ହେମନ୍ତ କୁମାର ବାରିକ, ଏଇପି ଶିକ୍ଷକ ମହିମାମୟୀ ନାୟକ, ଆଲୋକ କୁମାର ପଣ୍ଡା, ବିକାଶ ନାୟକ, ଅରବିନ୍ଦ ସାହୁ, ସ୍ୱେଚ୍ଛାସେବୀ ରଣଜିତ ଜେନା, ଶିପା ଦେହୁରୀ, ରାଜେନ୍ଦ୍ର କୁମାର ପଣ୍ଡା, କୁନୁମୁନ ଜେନା, ତିଳୋତ୍ତମା ଜେନା, ଶମ୍ବୁନାଥ ଜେନା, ମିଲି ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବ୍ଲକ ସଂଯୋଜକ କୃପାସିନ୍ଧୁ ସିଂ, ଲାଣିଙ୍ଗ ସଂଯୋଜକ ଦିବାକର ଦାସ, ସୁମିତ କୁମାର ପ୍ରମୁଖ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଏପରି କାର୍ଯ୍ୟକ୍ରମକୁ ଅଭିଭାବକ ଓ ଅଞ୍ଚଳବାସୀମାନେ ଖୁବ ପ୍ରସଂଶା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.