Home କେନ୍ଦୁଝର ମହିଳାଙ୍କୁ ମିଳୁନି ସେମାନଙ୍କ ଜମାଅର୍ଥ, ଜିଲ୍ଲାପାଳଙ୍କ ଠାରେ କଲେ ଅଭିଯୋଗ

ମହିଳାଙ୍କୁ ମିଳୁନି ସେମାନଙ୍କ ଜମାଅର୍ଥ, ଜିଲ୍ଲାପାଳଙ୍କ ଠାରେ କଲେ ଅଭିଯୋଗ

43

ହାଟଡ଼ିହି-୨୭/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ମହିଳା ଶଶକ୍ତି କରଣ ନାମରେ ସରକାର ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରୁଥିବାବେଳେ ମହିଳାଙ୍କ ଜମାଅର୍ଥକୁ ସେମାନଙ୍କ ନଫେରେଇବା ନେଇ ବିଶ୍ୱବାବା ସ୍ୱପ୍ନେଶ୍ୱର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ସେମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ବ୍ଲକ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ହାଟଡିହି ପଞ୍ଚାୟତ ଅଣା ଗ୍ରାମର କିଛି ମହିଳାଙ୍କୁ ନେଇ ବିଶ୍ୱବାବା ସ୍ୱପ୍ନେଶ୍ୱର ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଗଠନ କରିଥିଲେ । ସେମାନେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘକୁ ମାସିକ ୫୦ଟଙ୍କା କରି ଜମା କରିଆସୁଥିଲେ । ଯାହାକି ମହାସଂଘର ବ୍ୟାଙ୍କ ଅଫ ଇଣ୍ଡିଆ ଜମାଖାତାରେ ରଖାଯାଉଥିଲା । ସେମାନେ ୨୦୦୮ମସିହାରୁ ଟଙ୍କା ଜମା କରିଆସୁଥିବାବେଳେ ଆଜି ପର୍ଯ୍ୟନ୍ତ ସେମାନେ ସେ ଅର୍ଥରୁ କୌଣସି ଋଣ ମଧ୍ୟ ନେଇ ନାହାନ୍ତି । କିନ୍ତୁ ୨୦୧୮ ମସିହାରୁ ସେମାନେ ଆଉ ଟଙ୍କା ଜମା କରୁନଥିବାବେଳେ ସେମାନଙ୍କ ଜମା ଫେରସ୍ତ କରିବାକୁ ଚାହିଁବାରୁ ମହାସଂଘ ପକ୍ଷରୁ ତାଙ୍କୁ ଟଙ୍କା ଫେରସ୍ତ ଦିଆଯାଉ ନାହିଁ । ସେମାନେ ବାରମ୍ବାର ମହାସଂଘର ସମ୍ପାଦିକାଙ୍କୁ ଭେଟୁଥିଲେ ମଧ୍ୟ ସେ ସମୟ ଗଡାଇ ଚାଲିଛନ୍ତି । ଫଳରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ଏ ସମ୍ପର୍କରେ ସିଡିପିଓଙ୍କୁ ଭେଟିବାପରେ ସେ ବିପିସିଙ୍କ ପଠାଇବାରୁ ବିପିସି ଗୋଷ୍ଠୀ ନଭାଙ୍ଗିବାକୁ ପରାମର୍ଶ ଦେଇ ଚାଲିଗଲେ । ମାତ୍ର ଭଙ୍ଗା ଗୋଡ ଓ କାନକୁ ଠିକସେ ଶୁଭୁ ନଥିବାରୁ ସମ୍ପାଦିକା ଦମୟନ୍ତୀ ଜେନା ଗୋଷ୍ଠୀ ଚଳାଇବାକୁ ଅକ୍ଷମତା ପ୍ରକାଶ କରିବା ସହିତ ତାଙ୍କ ଜମାଟଙ୍କା ଫେରାଇବାକୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଏହି ଘଟଣାର ବିଭାଗୀୟ ତଦନ୍ତ କରି ସେମାନଙ୍କ ଜମାଟଙ୍କା ଫେରସ୍ତ କରାଇବାକୁ ବନ୍ଦନା ନାହାକ, ମଞ୍ଜୁଲତା ନାହାକ, ସରସ୍ୱତୀ ବେହେରା, ଶାନ୍ତିଲତା ରାଉତ, ଶାନ୍ତିଲତା ବାରିକ, ସୁର୍ଯ୍ୟମଣୀ ମହାଳିକ, ରେବତୀ ଦଳେଇ, ତପସ୍ୱିନୀ ମହାଳିକ ପ୍ରମୁଖ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ସୁପରଭାଇଜର ଜ୍ୟୋତ୍ସ୍ନାମୟୀ ଜେନାଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ଉଚ୍ଚ କର୍ତ୍ତପକ୍ଷଙ୍କୁ ଜଣାଇଛନ୍ତି ଗାଇଡଲାଇନ ଅନୁଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.