Home କେନ୍ଦୁଝର ନିଖୋଜ ବ୍ୟକ୍ତିର ମୃତଦେହ ଉଦ୍ଧାର

ନିଖୋଜ ବ୍ୟକ୍ତିର ମୃତଦେହ ଉଦ୍ଧାର

79

ହାଟଡ଼ିହି-୨୭/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ତିନିଦିନ ତଳୁ ନିଖୋଜ ହୋଇଯାଇଥିବା ସୋସୋ ଥାନା ଅଧିନସ୍ଥ ଆତୁରିକୋଣା ଡାହିସାହିର ଚନ୍ଦା ପାତ୍ର(୭୫)ର ମୃତଦେହ ନୁଆରଗୁଡି ନିକଟସ୍ଥ ଏକ ବିଲ ମଧ୍ୟରୁ ଆଜି ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ଗାଁରେ ଦିନମଜୁରିଆ ଭାବେ କାମ କରୁଥିବା ଚନ୍ଦା ପାତ୍ର ଗତ ତିନିଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରିନଥିଲେ । ଆଜି ଗାଁ ପାଖ ନୁଆରଗୁଡି ମୌଜାର ଏକ ଜମି କିଆରୀ ଭିତରେ ତାର ମୃତଦେହଟି ପଡିଥିବା ଜଣାପଡିବାପରେ ଲୋକ ମାନଙ୍କ ଗହଳି ହୋଇଥିଲା । ଚନ୍ଦାର ମୃତଦେହଟି ପଚିସଢ଼ି ଯାଇଥିବାବେଳେ କେତେକ ସ୍ଥାନକୁ କୁକୁର ଓ ସିଆଳ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା । ଖବରପାଇ ପରିବାର ଲୋକେ ପହଞ୍ଚି ମୃତଦେହକୁ ନେଇ ସତ୍କାର କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.