Home କେନ୍ଦୁଝର ପଞ୍ଚୁଗୋଛିଆ ଆକ୍ରାନ୍ତ ଭଲ ହୋଇ ଫେରିଲେ, ହଟିଲା କ୍ୱାଣ୍ଟେନମେଣ୍ଟ ଜୋନ

ପଞ୍ଚୁଗୋଛିଆ ଆକ୍ରାନ୍ତ ଭଲ ହୋଇ ଫେରିଲେ, ହଟିଲା କ୍ୱାଣ୍ଟେନମେଣ୍ଟ ଜୋନ

152

ହାଟଡ଼ିହି-୧୬/୫, ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ପ୍ରଶାସନ ପକ୍ଷରୁ ଏନେଇ ହୀରାପୁର, ସର୍ବେଶ୍ୱରପୁର, ମୁଗୁପୁର ଗ୍ରାମକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇ ଦୁଇଶହରୁ ଉର୍ଦ୍ଧ ଲୋକଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆକ୍ରାନ୍ତ ଜଣଙ୍କୁ ଅଶ୍ୱନୀ କୋଭିଡ-୧୯ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବାବେଳେ ଆଜି ଆକ୍ରାନ୍ତ ଜଣକ ସୁସ୍ଥ ହୋଇ ଘରକୁ ଫେରିବାପରେ ଓ ଅନ୍ୟମାନଙ୍କ ନମୁନା ନେଗେଟିଭ ବୋଲି ଜଣାପଡିବାପରେ ଆଜି ସଂପୃକ୍ତ ଅଞ୍ଚଳରୁ କ୍ୱାଣ୍ଟେନମେଣ୍ଟ ଜୋନ ଉଠାଇ ଦିଆଯାଇଛି । ଦୀର୍ଘ ଦିନ ହେଲା ଏହି ତିନୋଟି ଗ୍ରାମର ଲୋକମାନେ ବାହାରକୁ ବାହାରି ପାରୁନଥିବାବେଳେ ବିଲକୁ ଚାଷବାସ କରିବାକୁ ଯାଇ ପାରୁ ନଥିଲେ । ଏହି ଅବରୋଧ ହଟିବାପରେ ଲୋକମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.