Home ଓଡ଼ିଶା ଦୁଇଦିନ ଧରି ଭୁବନେଶ୍ୱରରେ ବସିଛନ୍ତି ପ୍ରବାସୀ ଓଡିଆ, ଘରକୁ ପଠାଇବାକୁ ନାହିଁ ବ୍ୟବସ୍ଥା

ଦୁଇଦିନ ଧରି ଭୁବନେଶ୍ୱରରେ ବସିଛନ୍ତି ପ୍ରବାସୀ ଓଡିଆ, ଘରକୁ ପଠାଇବାକୁ ନାହିଁ ବ୍ୟବସ୍ଥା

343

ହାଟଡ଼ିହି-୧୬/୫, ପ୍ରବାସୀ ଓଡିଆମାନେ ଏବେ ହଜାର ହଜାର ସଂଖ୍ୟାରେ ଓଡିଶାକୁ ଫେରୁଥିବାବେଳେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇବା ପାଇଁ କୌଣସି ସୁ ବ୍ୟବସ୍ଥା କରାଯାଉ ନଥିବାରୁ ପ୍ରବାସୀ ଓଡିଆମାନେ ବିଭିନ୍ନ ସ୍ଥାନରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇଦିନ ଧରି ହାଟଡିହି ଓ ଆନନ୍ଦପୁର ଅଞ୍ଚଳର କିଛି ପ୍ରବାସୀ ଓଡିଆ ତାମିଲନାଡୁରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିବାବେଳେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇବାକୁ କୌଣସି ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ସେମାନେ ତାମିଲନାଡୁର ବିରିପୁର ଜିଲ୍ଲାରେ କାମ କରୁଥିବାବେଳେ ସେମାନେ ଫେରିବାପାଇଁ କୌଣସି ସୁବିଧା ନପାଇବାରୁ ନିଜ ନିଜ ଭିତରେ ଟଙ୍କା ଆଦାୟକରି ଏକ ବସଯୋଗେ ଭୁବନେଶ୍ୱର ପର୍ଯ୍ୟନ୍ତ ଆସିଥିଲେ । ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତର ରାଜେଶ ଜେନା, ସ୍ୱପ୍ନାରାଣୀ ଜେନା, ଜତିନ୍ଦ୍ର ଜେନା, ଗଗନ ବିହାରୀ ଜେନା, ପ୍ରଶାନ୍ତ ଜେନା, ଅଁରା ପଞ୍ଚାୟତର ରମେଶ ପରିଡା, ସନ୍ତୋଷ ପରିଡା, ପ୍ରଶାନ୍ତ ଦାସ, ଶାସଙ୍ଗ ପଞ୍ଚାୟତର ଅଜୟ ଜେନା, ତ୍ରିଲୋଚନ ଜେନା, ସଡଙ୍ଗ ନସିରିପୁର ଗ୍ରାମର ପ୍ରଫୁଲ କୁମାର ଜେନା, ଆନନ୍ଦପୁର ବ୍ଲକ ଫକିରପୁର ଗ୍ରାମର ଅନୁସୁୟା ସାମଲ, ଘସିପୁରା ବ୍ଲକ କେଶଦୁରାପାଳର ବିଶାଖା ବେହେରା ପ୍ରମୁଖ ଗତକାଲି ସକାଳ ୭ଟାବେଳେ ଭୁବନେଶ୍ୱରେ ପହଞ୍ଚିବାପରେ ସେମାନଙ୍କୁ ରସୁଲଗଡ ନିକଟସ୍ଥ ଏକ ଆଶ୍ରମ ବିଦ୍ୟାଳୟରେ ରଖାଯାଇଥିଲା । ସେଠାକାର ପୁଲିସ ପ୍ରଶାସନ ନିଜ ନିଜ ଜିଲ୍ଲା ଅଧିକାରୀଙ୍କ ସହ କଥାହୋଇ ଗାଡି ପଠାଇ ଏହି ପ୍ରବାସୀ ମାନଙ୍କୁ ନେଇଯିବାପାଇଁ କହୁଥିଲେ ବି ଆଜି ଅପରାହ୍ନ ପର୍ଯ୍ୟନ୍ତ କେହି କିଛି ପଦକ୍ଷେପ ନେଇ ନଥିଲେ । ଫଳରେ ନାନା ଅସୁବିଧାରେ ସେମାନେ ଗତକାଲି ସକାଳ ୮ଟାଠାରୁ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ନାନା ମାନସିକ ଅଶାନ୍ତିରେ ଥିଲେ । ରାଜ୍ୟ ସରକାର ପ୍ରବାସୀମାନଙ୍କ ସୁବିଧା ପାଇଁ ନାନା ପ୍ରକାର ସହଯୋଗ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ କ୍ଷେତ୍ରରେ କିଛି ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ନିଜ ନିଜ ପଞ୍ଚାୟତର ସରପଞ୍ଚ, ଓ ଅନ୍ୟ ଅଧିକାରୀ ମାନଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ସେମାନଙ୍କ ଆସିବା ଲାଗି ବ୍ୟବସ୍ଥା କରିନଥିଲେ । ପରେ ଅପରାହ୍ନରେ ଭଦ୍ରକ ଜିଲ୍ଲାର କିଛି ବ୍ୟକ୍ତି ଖୋର୍ଦ୍ଦା ଷ୍ଟେସନରେ ଓହ୍ଲାଇବାପରେ ସେଠାରୁ ଗାଡିକରି ଭଣ୍ଡାରୀପୋଖରୀ ଅଞ୍ଚଳକୁ ଆସୁଥିବା ଜାଣି ସେମାନଙ୍କ ସହିତ ଭଣ୍ଡାରୀ ପୋଖରୀ ପର୍ଯ୍ୟନ୍ତ ଆସିଛନ୍ତି ବୋଲି ଟେଲିଫୋନ ମାଧ୍ୟମରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.