Home କେନ୍ଦୁଝର ପଞ୍ଚାୟତ ହରିଲୁଟ ଘଟଣା, ମାମଲା ରୁଜୁ କରି ବସିଗଲା ପ୍ରଶାସନ

ପଞ୍ଚାୟତ ହରିଲୁଟ ଘଟଣା, ମାମଲା ରୁଜୁ କରି ବସିଗଲା ପ୍ରଶାସନ

45

ହାଟଡ଼ିହି, ୨୬ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ଓ ସୋସୋ ପଞ୍ଚାୟତରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ ଘଟଣାରେ ପ୍ରଶାସନ ଆଜି ପର‌୍ୟ୍ୟନ୍ତ କୌଣସି ଦୃଢ଼ ପଦକ୍ଷେପ ନେଇ ପାରିଲାନାହିଁ । ସରପଞ୍ଚ ମାନଙ୍କୁ ନିଲମ୍ବିତ କରିଦେଇ ପିଇଓଙ୍କୁ ବହିସ୍କୃତ କରି ସେମାନଙ୍କ ନାମରେ ନାଁ ଥାନାରେ ମାମଲା ରୁଜୁକରି ଚୁପ ହୋଇଗଲା । ଘଟଣାକୁ ଦୁଇବର୍ଷ ବିତିବାକୁ ବସିଥିଲେବି ସେମାନେ ହଡପ କରିଥିବା ପଞ୍ଚାୟତର ଅନୁଦାନ ଟଙ୍କା କିପରି ପଞ୍ଚାୟତକୁ ଫେରସ୍ତ ମିଳିବ ସେନେଇ କୌଣସି ପଦକ୍ଷେପ ନିଆଗଲା ନାହିଁଁ । ଯାହାଦ୍ୱାରାକି ପଞ୍ଚାୟତର ଉନ୍ନୟନ କାର‌୍ୟ୍ୟ ଅଧାରେ ଅଟକିଗଲା । ଏପରିକି ବିଡିଓଙ୍କ ପକ୍ଷରୁ ପୁଲିସରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ଦିନେବି ହେଲେ ପଞ୍ଚାୟତକୁ ଯାଇ କୌଣସି ତଦନ୍ତ ମଧ୍ୟ କରାଗଲା ନାହିଁ । ଯାହାକୁ ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ।ଯେ କୌଣସି ଲୋକ ନାମରେ ଅଭିଯୋଗ ହେଲେ ପୁଲିସ ଘଟଣାସ୍ଥଳକୁ ଯାଇ ତାହାର ତଦନ୍ତ କରି ରିପୋର୍ଟ ଦେଇଥାଏ । କିନ୍ତୁ ଏଠି ତାହା ହୋଇନାହିଁ । ଏଠାରେ ସୁଚନାଯୋଗ୍ୟ ଯେ ସୁଲଣ ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଅଲିଭା ପଲେଇ ଓ ପିଇଓ ବ୍ୟାସଦେବ ନାଏକ ସୁଲଣ ପଞ୍ଚାୟତକୁ ବିଭିନ୍ନ ଉନ୍ନୟନ କାମ ପାଇଁ ଟିଏଫସି ଓ ସିଏଫସି ଅନୁଦାନରେ ଆସିଥିବା ୬୦ଲକ୍ଷରୁ ଉର୍ଦ୍ଧ ଟଙ୍କାକୁ କୌଣସି ପ୍ରକଳ୍ପ ନିର୍ମାଣରେ ଖର୍ଚ୍ଚ ନକରି ସଲାସୁତରାରେ ଉଠାଇନେଲେ । ଏପରିକି ପିଇଓ ବ୍ୟାସଦେବ ନାୟକଙ୍କ ୧/୮/୨୦୧୯ରେ ହାଟଡିହି ବ୍ଲକରୁ ରିଲିଭ ହୋଇ ପାଟଣା ବ୍ଲକକୁ ଯିବାପରେ ପରେ ମଧ୍ୟ ସେ ନୁତନ ପିଇଓଙ୍କୁ ଚାର୍ଜ ହସ୍ତାନ୍ତର ନକରି ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଉଠାଇନେଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା । ସରପଞ୍ଚ ଅଲିଭା ପଲେଇଙ୍କୁ ରାଜ୍ୟ ସରକାରଙ୍କ ୫- ଟି ଛାଟ ମାଧ୍ୟମରେ କାର‌୍ୟ୍ୟରୁ ନିଲମ୍ବନ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ପିଇଓ ବ୍ୟାସଦେବ ନାଏକଙ୍କୁ ଜିଲ୍ଲାପାଳଙ୍କ ଚିଠି ନଂ ୧୬୯୨ ତା ୨୦/୧୧/୨୦୧୯ରେ ତାଙ୍କୁ ନିଲମ୍ବନ କରିଥିଲେ । ପରେ ଏନେଇ ବ୍ଲକ ପକ୍ଷରୁ ୨୦୧୯ ଡିସେମ୍ବର ମାସରେ ସରପଞ୍ଚ ଓ ପିଇଓଙ୍କ ନାମରେ ନନ୍ଦିପଦା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ଆଜି ପର‌୍ୟ୍ୟନ୍ତ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲାନି । ସେହିପରି ସୋସୋ ପଞ୍ଚାୟତରେ ମଧ୍ୟ ସେହି ପିଇଓ ବ୍ୟାସଦେବ ନାଏକ ଏବଂ ସରପଞ୍ଚ କାଞ୍ଚନ ନାଇକ ପଞ୍ଚାୟତ ଅନୁଦାନ ହେରଫେର କରିଥିବାନେଇ ଅଭିଯୋଗ ହେବାପରେ ଏପରିକି ସମସ୍ତ ୱ।।ର୍ଡସଭ୍ୟସଭ୍ୟା ମାନେ ଦୀର୍ଘଦିନ ଧରି ପଞ୍ଚାୟତ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାପରେ ଜିଲ୍ଲା ପ୍ରଶାସନ ଏହାର ସ୍ୱତନ୍ତ୍ର ତଦନ୍ତ କରି ସରପଞ୍ଚଙ୍କୁ କାର‌୍ୟ୍ୟରୁ ନିଲମ୍ବନ କରିଥିଲା । ପରେ ଅବସ୍ୟ ଉଭୟ ସୋସୋ ଓ ସୁଲଣ ପଞ୍ଚାୟତର ସରପଞ୍ଚ ୱାର୍ଡସଭ୍ୟସଭ୍ୟାଙ୍କ ଦ୍ୱାରା ଆଗତ ଆସ୍ଥାଭୋଟ ମାଧ୍ୟମରେ ଉଭୟ ପରାଜିତ ହୋଇଥିଲେ । କିନ୍ତୁ ଇତିମଧ୍ୟରେ ଘଟଣାକୁ ୨ବର୍ଷ ବିତିବାକୁ ବସିଥିଲେ ମଧ୍ୟ ପଞ୍ଚାୟତର ହଡପ ଅନୁଦାନ କିପରି ପଞ୍ଚାୟତକୁ ଫେରିବ ସେନେଇ କୌଣସି ପଦକ୍ଷେପ ନିଆଗଲା ନାହିଁ । ଯାହାଦ୍ୱାରା ପଞ୍ଚାୟତରେ ସେହିସବୁ ଅନୁଦାନ ଟଙ୍କାରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ସବୁ ହୋଇପାରିଲାନି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.