Home ଅପରାଧ ମା’ଝୀଅ ହତ୍ୟାମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ; ସ୍ୱାମୀ ସୁନିଲ ଶ୍ରୀବାସ୍ତବ

ମା’ଝୀଅ ହତ୍ୟାମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ; ସ୍ୱାମୀ ସୁନିଲ ଶ୍ରୀବାସ୍ତବ

306

ଭୁବନେଶ୍ୱର୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବ୍ରଜରାଜ ନଗର ପୂର୍ବତନ କଂଗ୍ରେସ ବିଧାୟକ ତଥା ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ି ହାରି ବର୍ତ୍ତମାନ ବିଜେଡି ଦଳ ପକ୍ଷରୁ ରାଜ୍ୟ ପଣ୍ୟାଗାର ନିମଗର ଅଧ୍ୟକ୍ଷରୁ ବିତାଡ଼ିତ ଅନୁପ ସାଏଙ୍କୁ ମାଆ-ଝିଅକୁ ହତ୍ୟା ମାମଲା ଗତକାଲି ଛତିଶଗଡ ପୁଲିସ ଗିରଫ କରିଛି। ମୃତ କଳ୍ପନାର ସ୍ୱାମୀ ସୁନିଲ ଶ୍ରୀବାସ୍ତବ ଗଣମାଧ୍ୟମ ନିକଟରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଅନୁପଙ୍କୁ କଠୋର ଦଣ୍ଡ ଦିଆଯିବା ସହ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କୁ ଦଣ୍ଡ ଦିଆ ଯାଉବୋଲି ଦାବି କରିଛନ୍ତି। ଆମେ ୨୦୦୪ରୁ ଅଲଗା ହୋଇ ରହୁଥିଲୁ, ୨୦୧୭ରେ ଘଟଣା ସମ୍ପର୍କରେ ଜାଣିଲି ବୋଲି ସୁନିଲ ଶ୍ରୀବାସ୍ତବ ମତ ରଖିଛନ୍ତି।

ସୂଚନାଯୋଗ୍ୟ- ଚକ୍ରଧରନଗର ଥାନା ପୋଲିସର ଦୃଢ଼ୋକ୍ତି ଏହାଯେ, ଗ୍ରାମ ସମ୍ବଲପୁରୀ ହୋଇଥିବା ୭ ମଇ ୨୦୧୬ରେ ଡବଲ ମର୍ଡର କେସ୍ ହୋଇଥିଲା ଏହି ଘଟଣାରେ ସମ୍ବଲପୁରୀ ଗ୍ରାମ ନିକଟରେ ସଡ଼କ ଉପରେ ଦୁଇ ମହିଳାଙ୍କର ଶବ ମିଳିଥିଲା। ପୋଷ୍ଟମାର୍ଟମ ରିପୋର୍ଟ ଆଧାରରେ ପୋଲିସ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ପୁଷ୍ଟି କରିଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ଶବଉପରେ ଗାଡ଼ି ଚଢ଼ାଇବାକୁ ମଧ୍ୟ ପ୍ରୟାସ କରିଥିଲେ। ଏହାପରେ ଛତିଶଗଡ ପୁଲିସକୁ ଏକ ମୁଖ୍ୟ ସୂଚନା ମିଳିଥିଲା। ଜଣାପଡ଼ିଥିଲା ଦୁଇଜଣ ମହିଳା ବ୍ରଜରାଜନଗର ଓଡିଶା ବୋଲି। ଅନୁସନ୍ଧାନରୁ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୂପ କୁମାର ସାଏଙ୍କର କନେକ୍ସନ ହୋଇଥିବାର କଥା ସାମନାକୁ ଆସିଲା। ଅବଶ୍ୟ ପ୍ରମାଣ ଅଭାବରୁ ପୋଲିସ ଆଗକୁ ବଢ଼ିପାରିନଥିଲା। ଇତି ମଧ୍ୟରେ ବୁଧବାରଦିନ ରାତିରେ ଏସପି ସନ୍ତୋଷ କୁମାରଙ୍କର ନିର୍ଦେଶରେ ରାୟଗଡ଼ ପୁଲିସ ବ୍ରଜରାଜନଗର ପହଁଞ୍ଚି ପୂର୍ବତନ ବିଧାୟକ ଅନୂପ କୁମାର ସାଏଙ୍କୁ ଗିରଫକରି ତାଙ୍କଠାରୁ ଏହି ମାମଲାରେ ସଂପୃକ୍ତ ଥିବା ପଚରା ଉଚରା ଜାଣିବାକୁ ପାଇଛି ଛତିଶଗଡ ପପୁଲିସ।ଅନୁପ ସାଏଙ୍କୁ ପୋଲିସ ଗିରଫ କରିଥିବା ଖବର ସ୍ପଷ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି। ତାଙ୍କୁ ରାଜ୍ୟ ପଣ୍ୟାଗାର ନିମଗର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ଆଉ ଏବେ ଏହି ନୂଆ ଖବର ଆସିବା ପରେ ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ। ଏହା ସହ ବିଜେଡିରୁ ମଧ୍ୟ ବହିଷ୍କାର କରିଦିଆଯାଇଛି ତାଙ୍କୁ।ଖବର ଅନୁଯାୟୀ ହତ୍ୟା କରାଯାଇଥିବା ଦୁଇ ମହିଳା ହେଉଛନ୍ତି ମା’ ଝିଅ। କୁହାଯାଉଛିଯେ, ସେମାନଙ୍କୁ କୁଆଡ଼େ ଝାରସୁଗୁଡ଼ାରେ ହତ୍ୟା କରାଯାଇ ଛତିଶଗଡ଼ ସୀମା ସେପଟେ ଫିଙ୍ଗି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.