Home ଓଡ଼ିଶା ପଙ୍ଗପାଳ ସଦୃଶ୍ୟ ବିରଳ ଝିଣ୍ଟିକା ଯୋଗୁଁ ଚାଷୀ ଆତଙ୍କିତ

ପଙ୍ଗପାଳ ସଦୃଶ୍ୟ ବିରଳ ଝିଣ୍ଟିକା ଯୋଗୁଁ ଚାଷୀ ଆତଙ୍କିତ

188

ବାଲିଗୁଡା, ୧୮/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ରେ ପଙ୍ଗପାଳ ପ୍ରଜାତିର ଏକ ବିରଳ ଝୀଂଟିକା ଭଳି ଚାଷ ନଷ୍ଟ କାରୀ କୀଟ ଦେଖି ବାକୁ ମିଳିଛି।ଏହି ପରି କୀଟ କୋଟଗଡ ବ୍ଲକ ର ପକାରୀ ପଞ୍ଚାୟତ ର ବାଟାଡି ଗ୍ରାମ ରେ ହଜାର ହଜାର ସଂଖ୍ୟା ରେ ଗଛ ପତ୍ର ରେ ଛାଉଣୀ ହୋଇ କ୍ଷଣିକ ମଧ୍ୟରେ ସବୁ ନଷ୍ଟ କରି ଥିବାର ଗ୍ରାମ ବାସୀମାନେ ଦେଖି ଅଭିଯୋଗ କରିଛନ୍ତି।ଫଳରେ ଏହି କୀଟ ର ନାମ ଜଣା ନ ଥିଲେ ମଧ୍ୟ ଚାଷ ନଷ୍ଟ ହେବା ର ଆଶଙ୍କା କୁ ଏଡେଇ ହେବ ନାହିଁ।କୃଷି ବିଭାଗ ପକ୍ଷରୁ ଯାଞ୍ଚ କରି ଏହି କୀଟ ପଙ୍ଗପାଳ ନା ଆଉ କିଛି ସ୍ପଷ୍ଟ କରି ଲୋକଙ୍କୁ ସଚେତନ କରେଇବାକୁ ଦାବି ହେଉଛି।ଏ ନେଇ ଆମେ ଫୋନ ଯୋଗେ କୋଟଗଡ କୃଷି ଅଧିକାରୀ ଙ୍କ ଠାରୁ ସ୍ପଷ୍ଟ ତଥ୍ୟ ଜାଣିବାକୁ ଚାହିଁ ଥିଲେ ବି କେହି ଫୋନ ଉଠାଇ ନ ଥିବା ରୁ କୌଣସି ତଥ୍ୟ ମିଳିପାରିନାହିଁ।ତେଣୁ ଏ ଦିଗ ରେ ପ୍ରଶାସନ ତ୍ୱରିତ ଦୃଷ୍ଟି ଦେଇ ଝୀଂଟିକା କୁ ଚି଼ହ୍ନଟ କରିବା ଏବଂ ଘଉଡ଼ାଇବା ଦିଗ ରେ ପଦକ୍ଷେପ ନେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.