Home Coronavirus Outbreak ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା – ସୁପ୍ରୀମ କୋର୍ଟ

ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା – ସୁପ୍ରୀମ କୋର୍ଟ

337

ନୂଆ ଦିଲ୍ଲୀ ୧୮-୬ (ଓଡ଼ିଆ ପୁଅ)- ରଥଯାତ୍ରା ଉପରେ ରହିତାଦେଶ ଜାଇଛନ୍ତି ସୁପ୍ରୀମ କୋର୍ଟ। ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା। ଆଜି ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କରୋନା ଭାଇରସ କାରଣରୁ ଲୋକଙ୍କ ସୁରକ୍ଷା ଓ ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବାବେଳେ ଓଡ଼ିଶାର କେଉଁ ସ୍ଥାନରେ ବି ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆଜି (ଗୁରୁବାର) ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଷୟ ସହ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଥିଲା। ଏହା ପୂର୍ବରୁ ସୁପ୍ରିମ କୋର୍ଟ ରଥଯାତ୍ରା ଉପରେ ରାୟ ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଏସ.ଏ. ବୋଡବେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଥିଲା। ସୁପ୍ରିମ କୋର୍ଟଙ୍କ ଆଦେଶ ସମ୍ପର୍କରେ ମଧ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ହେବ। ଆସନ୍ତା ୨୩ ତାରିଖରେ ରଥ ଯାତ୍ରା ତିଥି ପଡ଼ୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.