Home ଓଡ଼ିଶା ଜୟପୁରର ଅଟୋମୋବାଇଲ କମ୍ପାନୀର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ – ୨୦ ଟି ଦମକଳ ନିଆଁ ଲିଭା...

ଜୟପୁରର ଅଟୋମୋବାଇଲ କମ୍ପାନୀର ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ – ୨୦ ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ

41

ନୂଆ ଦିଲ୍ଲୀ ୨୧ ଅକ୍ଟୋବର (ଓଡ଼ିଆ ପୁଅ) ରାଜସ୍ଥାନ ରାଜଧାନୀ ଜୟପୁରର ଅମ୍ବରର କୁକସରେ ଅବସ୍ଥିତ ଏକ ଅଟୋମୋବାଇଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଦୂର କରିବା ପାଇଁ ପ୍ରାୟ ୨୦ ଟି ଦମକଳ ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରୁଛନ୍ତି ନିଆଁକୁ ଆୟତ୍ତ କରିବା ପାଇଁ। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରାଯାଇ ପାରି ନାହିଁ। ସୂଚନାଯୋଗ୍ୟଯେ, ପୂର୍ବରୁ ଏସାର ଏହି କାରଖାନାରେ ଟ୍ରାକ୍ଟର ତିଆରି କରୁଥିଲା, କିନ୍ତୁ ବର୍ତ୍ତମାନ ରୟାଲ ଇନଫିଲ୍ଡ ସହିତ କିଛି କମ୍ପାନୀ ଏହାକୁ ଗୋଦାମ ବାବରେ ବ୍ୟବହାର କରୁଛନ୍ତି।

ନିଆଁକୁ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇପାରିନାହିଁ

କେବଳ ଏତିକି ନୁହେଁ, ଘଟଣାର ଅନେକ ଘଣ୍ଟା ପରେ ମଧ୍ୟ ନିଆଁ ସଂପୂର୍ଣ୍ଣ ଲିଭିପାରି ନାହିଁ। ଅଗ୍ନିଶମ ବିଭାଗର ୨୦ ରୁ ଅଧିକ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଆକଳନ କରାଯାଇପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.