Home ଓଡ଼ିଶା ପଉଣା ମିଳିବା ପଛେ ପଛେ ଓସ୍ତପଡା ନଳା ଭୁଷୁଡିଲା

ପଉଣା ମିଳିବା ପଛେ ପଛେ ଓସ୍ତପଡା ନଳା ଭୁଷୁଡିଲା

34

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୧୨- ରାଜ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ବ୍ୟୟ କରାଯାଉଛି । କିନ୍ତୁ କାର୍ଯ୍ୟ ହେଲାବେଳେ କେହି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନାହାଁନ୍ତି । ଯାହାଫଳରେ ଠିକାଦାର ତା ପାଉଣା ପାଇବା ପଛେ ପଛେ ନିର୍ମାଣ କାର୍ଯ୍ୟ ଭୁଷୁଡି ପଡୁଛି । ସରକାରୀ ଅର୍ଥ ଅପବ୍ୟୟ ହେଉଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଓସ୍ତପଡା ଗ୍ରାମରେ ।  ଗ୍ରାମରେ ୨୦୨୦/୨୧ ମସିହା କେନ୍ଦ୍ରିୟ ଅନୁଦାନ ଅର୍ଥ ୪ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ନାଳ ନିର୍ମାଣ କରାଯାଇଥିଲା । ନିର୍ମାଣ କାର୍ଯ୍ୟ ର କାର୍ଯ୍ୟାଦେଶ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିଲା । ପାଉଣା ପାଇବାର ଏକ ମାସ ପରେ ନିର୍ମାଣ ହୋଇଥିବା ନାଳ ସମ୍ପୁର୍ଣ୍ଣ ଭୁଷୁଡି ପଡିଥିବା ଦେଖିବାକୁ ମିଳୁଛି । ଯୁବନେତା ତାପସ କୁମାର ମାର୍ଥା ନିମ୍ନ ମାନର କାମ ହୋଇଥିବା  ଅଭିଯୋଗ କରିଛନ୍ତି ।

ଏ ସର୍ମ୍ପକେ ନାଳ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବ୍ଲକ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ ଉଦିନ୍ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ସେହିଭଳି ଭାବରେ ରଣପୁର ବ୍ଲକ ସହକାରୀ ଯନ୍ତ୍ରୀ ରବି ନାରାୟଣ ସାହୁ ତଦାରଖ ପରେ ପାଉଣା ଦିଆଯାଇଥିଲେ ମଧ୍ୟ ତାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନଥିଲେ । ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଙ୍କୁ ଯୋଗାଯୋଗ କରିବାରେ କହିଥିଲେ ଯେ ମୁଁ ଏବେ ଅଳ୍ପଦିନହେଲା  କାର୍ଯ୍ୟଭାର ଗ୍ରହଣ କରିଛି । ନାଳ ଭୁଷୁଡିବା ଘଟଣା ଆମ୍ଭ ପାଖକୁ ଅଭିଯୋଗ ଆସିନଥିଲା । ଯଦି ଭୁଷୁଡିଛି ତାହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜନସାଧାରଣରେ ପ୍ରଶ୍ନ ଉଠେ ଯେ ବିଭାଗୀୟ ଅଧିକାରୀ ଙ୍କ ନାମରେ କାର୍ଯ୍ୟାଦେଶ ଥାଇ ଅନ୍ୟ ଅନଭିଜ୍ଞ ରାଜନୈତିକ ଦଳର କୁଜିନେତା ମାନେ ନିମ୍ନ ମାନର କାର୍ଯ୍ୟ କରିବାରୁ ଏହିଭଳି ସରକାରୀ ଅର୍ଥ ଅଯଥା ଖର୍ଚ୍ଚ ହେଉଛି । ବିଭାଗୀୟ ଅଧିକାରୀ ମାନେ ନିଜ ନାମରେ କାର୍ଯ୍ୟାଦେଶ ଥିବାରୁ ସଠିକ୍ ଭାବରେ କାର୍ଯ୍ୟର ମାନ ତଦାରଖ କରୁନଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.