Home ଓଡ଼ିଶା ବରିଷ୍ଠ ଆଇନିଜିବୀ ଜୟନ୍ତ ଙ୍କ ହୃଦ୍‌ଘାତରେ ମୃତ୍ୟୁ ପାଇଁ ଓକିଲ ସଂଘର ଶୋକ ସଭା

ବରିଷ୍ଠ ଆଇନିଜିବୀ ଜୟନ୍ତ ଙ୍କ ହୃଦ୍‌ଘାତରେ ମୃତ୍ୟୁ ପାଇଁ ଓକିଲ ସଂଘର ଶୋକ ସଭା

27

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୧୨- ନୟାଗଡ ଜିଲ୍ଲା ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବରିଷ୍ଠ ଆଇନିଜିବୀ ଜୟନ୍ତ କୁମାର ପ୍ରଧାନ (୫୧) ଙ୍କର ୨୩ ଡିସେମ୍ବର ସଂନ୍ଧ୍ୟାରେ ହୃଦ୍‌ଘାତରେ ଅକାଳ ବିୟୋଗ ହୋଇଯାଇଛି । ଯାହାଫଳରେ ରଣପୁର ଓକିଲ ସଂଘ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଆଇନଜ୍ଞ ହିସାବରେ ଜେତିକି ପରିଚିତ ଜଣେ ଭଦ୍ର ସଚ୍ଚୋଟ ମଣିଷ ହିସାବରେ ସେତିକି ପରିଚିତ । ତାଙ୍କ ଅମରାତ୍ମାର ସଦଗତି ନିମନ୍ତେ ରଣପୁର ଓକିଲ ସଂଘ ତରଫରୁ ସଭାପତି ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୨୪ ଡିସେମ୍ବର ମଧ୍ୟାନ୍ନରେ ରଣପୁର ଓକିଲ ସଂଘ ଗୃହରେ ଏକ ଶୋକ ସଭା ସହ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।

ସେ ଜଣେ ଶରଳ , ଭଦ୍ର , ମିଷ୍ଟଭାଷି ଆଇନିଜିବୀ ବୋଲି ବରିଷ୍ଠ ଆଇନିଜିବୀ ଗିରିଜାକାନ୍ତ ମହାପାତ୍ର କହିଥିଲେ । ସଂଘ ସମ୍ପାଦକ ସତ୍ୟ ରଞ୍ଜନ ମତା , ସୁବାଷ ଚନ୍ଦ୍ର ଜେନା, ସୁଦର୍ଶନ ମାନସିଂହ , କୃପାସିନ୍ଦୁ ବେହେରା , ପ୍ରିୟବ୍ରତ ପ୍ରହରାଜ ,ସ୍ୱଦେଶ ରଞ୍ଜନ ସେନାପତି, ରାଧାନାଥ ସୁନ୍ଦରାୟ , ପ୍ରେମନାଥ ମହାପାତ୍ର ,  ନୃସିଂହ ଚରଣ ସିଂହ ବର୍ଦ୍ଧନ ସାମନ୍ତ ଆଦି ବହୁ ଆଇନିଜିବୀ ତାଙ୍କର ସ୍ମୃତି ଚାରଣ କରିଥିଲେ । ତାଙ୍କର ଦେହାନ୍ତରେ ରଣପୁର ଓକିଲ ସଂଘର ବଡ କ୍ଷତିହେଲା ବୋଲି ମତବ୍ୟକ୍ତ କରି ସ୍ୱର୍ଗତ ପ୍ରଧାନ ଙ୍କୁ ସମ୍ମାନ ଜଣାଇ ଗୋଟିଏ ଦିନ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଏହି ଦୁଃଖଦ ସମୟରେ ଇଶ୍ୱର ତାଙ୍କ ଧର୍ମପତ୍ନୀ ଓ ପରିବାର ବର୍ଗ ଙ୍କୁ ସହାୟ ହେବାପାଇଁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.