Home ଜିଲ୍ଲା ପରିକ୍ରମା ପଂଚାୟତର ଜି.ଆର.ଏସ, କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଞ୍ଚଳରେ ଛନକା

ପଂଚାୟତର ଜି.ଆର.ଏସ, କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଞ୍ଚଳରେ ଛନକା

168

ବଲାଙ୍ଗୀର, ୩୧-୦୭, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗଡଶଙ୍କର ଡୁଙ୍ଗରିପାଲି ପଞ୍ଚାୟତର ଜିଆରଏସ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ବଲାଙ୍ଗୀର କୋଭିଡ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାପରେ ବ୍ଲକର ଏମଜିଏନଆଇରଜିଏସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ସାଥୀ ଜିଆରଏସଙ୍କ ମଧ୍ୟରେ ଛନକା ପଶିଯାଇଛି। ବ୍ଲକର ରାଜୀବ ସେବା କେନ୍ଦ୍ରରେ ଏମଜିଏନଆଇରଜିଏସ ଓ ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୩ଟି ବିଭାଗ କାର୍ଯ୍ୟ କରୁଛି। ଜିଆରଏସ ଜଣକ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ବ୍ଲକକୁ ଆସୁଥିଲେ। ଏହାବାଦ୍‍ କାର୍ଯ୍ୟ କରୁଥିବା ପଞ୍ଚାୟତ ଅଞ୍ଚଳର ୪ଖଣ୍ଡ ଗ୍ରାମର ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଲୋଇସିଂହା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ସରିଯାଇଛି। ସେ ସିଧାସଳଖ ଲୋକଙ୍କ ସହ ଜଡିତ ଥିବାରୁ ୬୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାଯାଇଛି ଓ ସେମାନଙ୍କ ସ୍ୱାବ୍‍ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯିବ ବୋଲି ପିଏଚଓ ରମେଶ ସାହୁ କହିଛନ୍ତି। ଏ ସମ୍ପର୍କରେ ବିଡିଓ ରାମଚନ୍ଦ୍ର ଖାଡିଆ କୁହନ୍ତି, କିଛିଦିନ ହେଲା ସଂକ୍ରମିତ ଜଣକ ବ୍ଲକକୁ ଆସୁ ନ ଥିଲେ। ତଥାପି ବ୍ଲକ ପରିସରରକୁ ସାନିଟାଇଜ କରାଯିବ ବୋଲି ସେ କହିଛନ୍ତି। କିଛିଦିନ ପୂର୍ବରୁ ବ୍ଲକର ଆଇଏୱଇ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଭାଇ ପଜିଟିଭ ଚିହ୍ନଟ ହୋଇଥିଲେ। ବଲାଙ୍ଗୀର ସଦର ତହସିଲରେ କାର୍ଯ୍ୟରତ ଆଗଲପୁର ବ୍ଲକ ନଅଗାଁ (ଖ) ଗ୍ରାମର ଜଣେ ଯୁବତୀ ପଜିଟିଭ଼ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଠିକଣା ଲୋଇସିଂହା ଦେଇଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.