Home ଓଡ଼ିଶା ରାଜ୍ୟ ପୋଲିସର ପ୍ରମୁଖ ବିଷୟ ଉପରେ ବିସ୍ତାରିତ ଆଲୋଚନା

ରାଜ୍ୟ ପୋଲିସର ପ୍ରମୁଖ ବିଷୟ ଉପରେ ବିସ୍ତାରିତ ଆଲୋଚନା

106

ଭୁବନେଶ୍ୱର ୩୧-୦୭ (ଓଡ଼ିଆ ପୁଅ) ରାଜ୍ୟର ସମସ୍ତ ରେଂଜ ଆଇ ଜି, ଡି ଆଇ ଜି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡି ସି ପି ଭୁବନେଶ୍ୱର / କଟକ ଓ ରେଳବାଇ ଆରକ୍ଷୀ ଅଧିକ୍ଷକ କଟକ/ରାଉରକେଲା ଙ୍କ ସହ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ବୈଠକ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ରାଜ୍ୟର ସମସ୍ତ ରେଂଜ ଆଇ ଜି, ଡି ଆଇ ଜି, ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଡି ସି ପି ଭୁବନେଶ୍ୱର/କଟକ ଓ ରେଳବାଇ ଆରକ୍ଷୀ ଅଧିକ୍ଷକ କଟକ/ରାଉରକେଲାଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡିକର ସମୀକ୍ଷା କରିଥିଲେ ।

ପ୍ରମୁଖ ପ୍ରସଙ୍ଗ

(୧) ଜଣେ ପୋଲିସ କର୍ମଚାରୀ / ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ପରେ କି କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

(୨) ସାମ୍ପ୍ରତିକ ପରିସ୍ଥିତିରେ ଅଭିଯୁକ୍ତଙ୍କ ଗିରଫ, ରିମାଣ୍ତ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା।

ଉପରୋକ୍ତ ପ୍ରମୁଖ ପ୍ରସଙ୍ଗ ସହ ନିମ୍ନଲିଖିତ ବିଷୟ ଉପରେ ମଧ୍ୟ ବିସ୍ତାରିତ ଆଲୋଚନା କରାଯାଇଥିଲା।

– ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ପ୍ରସଙ୍ଗ

– ନିଶାଦ୍ରବ୍ୟ ଚୋରାଚାଲାଣ (Drug Trafficking) ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ

– ଜିଲ୍ଲା ମାନଙ୍କ ଦ୍ୱାରା GeM ପଂଜୀକରଣ ପ୍ରସଙ୍ଗ (Government e Market)

– ପୋଲିସ ପଦକ ପାଇଁ ମନୋନୟନ

– ପୋଲିସ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ବର୍ତ୍ତମାନ ସ୍ଥିତି

– ପୋଲିସ କର୍ମାଚାରୀଙ୍କ ପାଇଁ ପୋଲିସ ଦ୍ୱାରା ପରିଚାଳିତ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ

– କର୍ମାଚାରୀଙ୍କ ବ୍ୟକ୍ତିଗତ ଅଭାବ ଅସୁବିଧା

ଏହି ସମୀକ୍ଷା ବୌଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ), ପୋଲିସ କମିଶନର, ଭୁବନେଶ୍ୱର-କଟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡ୍ କ୍ୱାଟର୍ସ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଗୁଇନ୍ଦା, ଆଇ-ଜି (ଆଧୁନିକିକରଣ), ଆଇ ଜି (ପ୍ରୋଭିଜନିଂ) ଓ ଆଇ ଜି (ପର୍ସୋନେଲ) ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.