Home ଓଡ଼ିଶା ନୟାଗଡ଼ ଜିଲାରୁ ୧୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ୯, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା...

ନୟାଗଡ଼ ଜିଲାରୁ ୧୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ୯, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୦

126

ନୟାଗଡ଼, ୧୮ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରୁ ପୁଣି ଶନିବାର ନୂଆ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ସମୁଦାୟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୦ରେ ପହଂଚିଛି। ଏହି ୧୧ଜଣରୁ ୯ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବାବେଳେ ଜିଲାର ୫ଟି ବ୍ଳକରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ନୟାଗଡ଼ ପୌରାଚଂଳରେ ୬ଜଣ ଥିଲାବେଳେ ଏଥିରୁ ୪ଜଣ ହେଉଛନ୍ତି ନୟାଗଡ଼ ପୁରୁଣାସହରର ଓ ଅନ୍ୟଜଣେ ଗ୍ରାମଚଂଳର। ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଦଶପଲା ଏନଏସିର ମାଳିସାହିରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତଙ୍କ ପତ୍ତା ମିଳିଛି ଓ ସେ ମଧ୍ୟ ସ୍ଥାନୀୟ ସଂକ୍ରମଣ। ଗଣିଆ ବ୍ଳକରୁ ଜଣେ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଭାପୁର ବ୍ଳକ ଟିକିରିପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ସମ୍ ହସପିଟାଲରେ ସ୍ୱାବ ପରୀକ୍ଷା କରିଥିଲେ। ରଣପୁର ବ୍ଳକରୁ ମଧ୍ୟ ଜଣେ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେ କ୍ୟାପଟାଲ ହସପିଟାଲ ରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କରୋନା ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.