Home ଜିଲ୍ଲା ପରିକ୍ରମା ନୟାଗଡ଼ ବ୍ଳକସ୍ତରୀୟ ସୁରଭି-୨୦୨୦

ନୟାଗଡ଼ ବ୍ଳକସ୍ତରୀୟ ସୁରଭି-୨୦୨୦

202

ନୟାଗଡ଼, ୭ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୦ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ଶିଶୁମାନଙ୍କର ଭବିଷ୍ୟତ ଓ ଆଜିର ଶିକ୍ଷା ପଦ୍ଧତି ଏବଂ ଶିକ୍ଷାର ବିଭିନ୍ନ ସୋପାନ ଉପରେ ଆଲୋଚନା କରିବା ସହିତ ଶିକ୍ଷକମାନେ ହେଉଛନ୍ତି ଭଲ ମଣିଷ ଗଢା କାରଖାନା ବୋଲି କହିଥିଲେ। ଏଥିସହିତ ଆଜିର ଯୁଗରେ ବିଜ୍ଞାନର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଡ.ପୋମା ଟୁଡୁ, ପୂର୍ବତନ ବ୍ଳକ ଶିକ୍ଷାଧିକାରୀ ଦାମୋାଦର ଖିଲାର, ଏବେର ବ୍ଳକ ଶିକ୍ଷାଧିକାରୀ ଗିତାଞ୍ଜଳୀ ସାହୁ ପ୍ରମୁଖ ଯୋଗଦେଇ ଶିକ୍ଷକମାନଙ୍କ କର୍ତ୍ତବ୍ୟ ପରାୟଣତା ଓ ଛାତ୍ରଛାତ୍ରୀମାନଙ୍କ ନିଷ୍ଠା ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷକ ଶେଖ ଅବଦୁଲ୍ ଖାଲିକ ମଂଚ ପରିଚାଳନା କରିଥିଲେ। ଆସନ୍ତା ୧୧ ତାରିଖରେ ଜିଲାସ୍ତରୀୟ ସୁରଭି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.