Home ଓଡ଼ିଶା ଜାତୀୟ ନାଟକ ଉତ୍ସବ – ଶ୍ରୀରଂଗ ସମାଗମରେ ସମ୍ମାନୀତ ହେଲେ ପ୍ରଦୀପ, ହେମେନ୍ଦ୍ର ଏବଂ ପୁଷ୍ପାଞ୍ଜଳି

ଜାତୀୟ ନାଟକ ଉତ୍ସବ – ଶ୍ରୀରଂଗ ସମାଗମରେ ସମ୍ମାନୀତ ହେଲେ ପ୍ରଦୀପ, ହେମେନ୍ଦ୍ର ଏବଂ ପୁଷ୍ପାଞ୍ଜଳି

152

ସମ୍ବଲପୁର, ୦୭/୧୧ (ଓଡ଼ିଆ ପୁଅ) ସମ୍ବଲପୁର ଶ୍ରୀ କଲଚରାଲ ଏସୋସିଏସନ ପକ୍ଷରୁ ଝାଡ଼ୁଆପଡ଼ା ଆରଣ୍ୟକ ମଂଚଠାରେ ଗତ ୨ ତାରିଖଠାରୁ ଚାଲିଥିବା ଚତୁର୍ଥ ବହୁଭାଷୀ ଜାତୀୟ ନାଟକ ସମାରୋହ –ଶ୍ରୀରଂଗ ସମାଗମ -୨୦୧୯ ଉଦଯାପିତ ହୋଇଛି। ଏଥିରେ ପୁରୁଖା ନାଟ୍ୟକାର ଡ଼.ପଂଚାନନ ମିଶ୍ର, ଡ଼. ଶ୍ୟାମ ସୁନ୍ଦର ଧର, ମମତା ପଂଡ଼ା, ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ସଞିତ କୁମାର ନାୟକ ଏବଂ ସାହିତ୍ୟିକ ବିପିନ ଆଚାର୍ଯ୍ୟ ସମ୍ମାନୀତ ଅତିଥୀ ରୂପେ ଯୋଗ ଦେଇଥିଲେ। ସଭାରେ ଏସୋସିଏସନର ସଭାପତି ସତ୍ୟ ରଞ୍ଜନ ବେହେରା ସଭାପତିତ୍ୱ କରିଥିଲେ। ଏହି ଅବସରରେ ଏକ ସ୍ମରଣୀକା ଉନ୍ମୋଚନ କରାଯାଇଥିଲା। ଉତ୍ସବରେ ସୁନ୍ଦରଗଡ଼ର ନାଟ୍ୟକାର ପ୍ରଦୀପ କୁମାର ଭୋଳ ଏବଂ ବାଲେଶ୍ୱରର ହେମେନ୍ଦ୍ର କୁମାର ମହାପାତ୍ରଙ୍କ ଶ୍ରୀ ନାଟ୍ୟ ସମ୍ମାନ ଓ ସମ୍ବଲପୁରର ପୁଷ୍ପାଞ୍ଜଳି ବେହେରାଙ୍କୁ ସାଧନା ନାଟ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ତିମ ରଜନୀରେ ଭୁବନେଶ୍ୱରର ଶତାଦ୍ଦୀର କଳାକାର ଅନୁଷ୍ଟାନର କଳାକାର ମାନେ ଓଡ଼ିଆ ନାଟକ ବାଂଛାର ବଗିଚା ପରିବେଷଣ କରିଥିଲେ। ପୂର୍ବରୁ ସମ୍ବଲପୁରର ଶ୍ରୀ କଲଚରାଲ ଏସୋସିଏସନ କଳାକାରଙ୍କ ଦ୍ୱାରା ନାଟକ କଥାନ୍ତର ପରିବେଷଣ କରାଯାଇଥିଲା। ଏହାକୁ ଆଶୀଷ କୁମାର ସୋନାର ରଚନା କରିଥିବାବେଳେ ସତ୍ୟ ରଞ୍ଜନ ବେହେରା ନିର୍ଦ୍ଦେଶନା ଦେଇଥିଲେ। ସତ୍ୟ ରଞ୍ଜନ ବେହେରା, ମୀନା ବୋଷ, ସତ୍ୟ ନାରାୟଣ ସାହୁ, ଶିଶୁ କଳାକାର ପ୍ରଥା ବହିଦାର ପ୍ରମୂଖ ଏଥିରେ ଅଂଶ ଗ୍ରହଣ କରିଥିଲେ। ସୈାମ୍ୟଜିତ ବଡ଼ପଂଡ଼ା ସଂଗୀତ, ସାଗର ସ୍ୱରୂପ ସ୍ୱାଇଁ ଆଲୋକ, ଡ଼ମ୍ବରୁଧର ଦିକ୍ଷିତ ନଂଚସଜ୍ଜା ସଂଯୋଜନା କରିଥିଲେ। ଦ୍ୱିତୀୟ ସଂଧ୍ୟାରେ ରାଜସ୍ତାନ ଉ୍ଦୟପୁର ନାଟ୍ୟାଂଶ ସୋସାଇଟିର କଳାକାରମାନେ ବିଜୟ ତେଂଡ଼ୁଲକରଙ୍କ ରଚିତ ମରାଠି ନାଟକ କମଳା ପରିବେଷଣ କରିଥିଲେ ସେହିଭଳି ଢେଙ୍କାନାଳ ଅଲଟରନେଟିଭ ରିଦିମ ଥିଏଟରର କଳାକାର ମାନେ ଦିନେଶ ଦାଶଙ୍କ ରଚିତ ଏବଂ ନିର୍ଦ୍ଦେଶିତ ଓଡ଼ିଆ ନାଟକ ଅଧା ଅଧା ପରିବେଷଣ କରିଥିଲେ। କୋଲକାତାର ଦମଦମ ଶଦ୍ଦମୁଗ୍ଦ ନାଟ୍ୟ କେନ୍ଦ୍ର ପକ୍ଷରୁ ବାଂଗଳା ନାଟକ ଉପଲ ବାଦୁରୀ ମଂଚସ୍ତ କରାଯାଇଥିଲା। ଆଗରୁ ଏହି ଜାତୀୟ ନାଟ୍ୟ ଉତ୍ସବ ତିନିଧରି ଅନୁଷ୍ଟିତ ହେଊଥିଲା। ଏବେ ଏହାକୁ ୫ ଦିନ କରାଯାଇଛି। ସମ୍ବଲପୁରର ସମୃଦ୍ଦ ନାଟ୍ୟ ପରମ୍ପରାକୁ ଆଗକୁ ଅଗ୍ରସର କରାଇ ଜାତୀୟ ସ୍ତରରେ ଉପସ୍ତାପନ କରିବା ପାଇଁ ଏହି ଅଭିଯାନ ଆରମ୍ବ କରାଯାଇଛି ବୋଲି ଏସୋସିଏନର ସଭାପତି ଶ୍ରୀ ବେହେରା କହିଛନ୍ତି। ସମାରୋହ ସମୟରେ ନାଟକର ସାମ୍ପ୍ରତିକ ସ୍ତିତି ଏବଂ ଭବିଷ୍ୟତ ଉପରେ ଏକ ଆଲୋଚନା ଚକ୍ରରେ ବହୁ ପ୍ରତିଷ୍ଟିତ ଓ ତରୁଣ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ତଥା ଗବେଷକ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.