Home ଓଡ଼ିଶା ବିଷାକ୍ତ ଦହିବରା ଖାଇ ୭୦ ଜଣ ଅସୁସ୍ଥ

ବିଷାକ୍ତ ଦହିବରା ଖାଇ ୭୦ ଜଣ ଅସୁସ୍ଥ

224

ନୟାଗଡ ୮/୧୧(ଓଡିଆ ପୁଅ ଆଚାର୍ଯ୍ୟ ବିଶ୍ୱରଂଜନ) ନୟାଗଡ ଜିଲ୍ଲା ଗଣିଆ ବ୍ଲକ ର ଗଣିଆ, ବିଜୟନଗର ଓ ବେଲପଡାର ୭୦ ରୁ ଉର୍ଦ୍ଧ ଲୋକ ଦହିବରା ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥ ଙ୍କ ମଧ୍ୟରେ ୩୨ ଜଣ ଶିଶୁ, ୧୨ ଜଣ ମହିଳା, ୨୪ ଜଣ ପୁରୁଷ ଥିବା ଜଣାପଡିଛି। ଗଣିଆ, ରାସଙ୍ଗ ଓ ଛାମୁଣ୍ଡିଆ ରେ ଥିବା ୩ ଜଣ ଡାକ୍ତର ଚିକିତ୍ସାରେ ନିୟୋଜିତ ଅଛନ୍ତି। ସମସ୍ତେ ଝାଡା ବାନ୍ତିରେ ଆକ୍ରାନ୍ତ। ଗୁରୁବାର ଦିନ ସକାଳୁ ଜଣେ ବୁଲା ବିକାଳି ଗାଁ ଗାଁ ବୁଲି ଦହିବରା ବିକୁଥିଲା। ତାଠାରୁ ଦହିବରା ଖାଇ ଏ ମାନେ ଅସୁସ୍ଥ ହୋଇଥିବା ଜଣାପଡିଛି। ଡାକ୍ତରଙ୍କ ସୂଚନା ଅନୁଯାୟୀ ଦହିବରା ବିଷାକ୍ତ ହୋଇଥିବାରୁ ଏ ପରି ହୋଇଥାଇପାରେ। ସମସ୍ତେ ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବା ଜଣାପଡିଛି। ତେଣୁ ବୁଲା ଖାଦ୍ୟ ବିକାଳିଙ୍କ ପ୍ରତି ସତର୍କ ରହିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.