Home ଜିଲ୍ଲା ପରିକ୍ରମା ନୟାଗଡ଼ ପଲ୍ଲିଶ୍ରୀ ମେଳା : ଆତ୍ମ ନିଯୁକ୍ତି କ୍ଷେତ୍ରରେ ଏସ୍‌ଏଚ୍‌ଜି ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି

ନୟାଗଡ଼ ପଲ୍ଲିଶ୍ରୀ ମେଳା : ଆତ୍ମ ନିଯୁକ୍ତି କ୍ଷେତ୍ରରେ ଏସ୍‌ଏଚ୍‌ଜି ମହିଳାମାନେ ରୋଜଗାରକ୍ଷମ ହୋଇପାରିଛନ୍ତି

36

ନୟାଗଡ଼, ୨୫ା।୧୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)::ନୟାଗଡ଼ ମହୋତ୍ସବ ପଡ଼ିଆ ଠାରେ ଚାଲିଥିବା ଜିଲ୍ଲା ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ଦିନରେ ଭଲ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିିଛି  ା ଗତକାଲିଠାରୁ ଓରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥିଭାବେ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିବାବେଳେ ଲୋକମାନଙ୍କର ଭାବାବେଗକୁ ନେଇ ପଲ୍ଲିଶ୍ରୀ ମେଳା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିବା ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ରୋଜଗାରକ୍ଷମ ହୋଇ ପୁରୁଷମାନଙ୍କ ସହିତ ସମକ୍ଷମ ହୋଇ ପାରିଛନ୍ତି ବୋଲି କହିଥିଲେ। ଏଥିରେ ଜିଲ୍ଲାପାଳ ଡ.ପୋମା ଟୁଡୁ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନୀତ ଅତିଥିଭାବେ ରଣପୁର ବିଧାୟକ ଯୋଗଦେଇ ପଲ୍ଲିଶ୍ରୀ ମେଳା ଏସ୍‌ଏଚ୍‌ଜି ମାନଙ୍କ ବ୍ୟବସାୟ ନିମନ୍ତେ ଏକ ଭଲ ସୁଯୋଗ ବୋଲି କହିଥିଲେ  ା କରୋନା କଟକଣା ଯୋଗୁଁ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ମେଳା ଆୟୋଜନ ହୋଇଥିବାବେଳେ ମେଳାରେ ୧୦୯ଟି ଷ୍ଟଲ୍ ହୋଇଥିଲା ବେଳେ ବ୍ୟବସାୟ ପ୍ରତିଷ୍ଠାନମାନେ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ୩୦ଟି ଜିଲ୍ଲାର ୮୩ଟି ଏସ୍‌ଏଚ୍ ଭାଗ ନେଇଥିବାବେଳେ ବିଭିନ୍ନ ମନଲୋଭା ଘରକରଣା ଜିନିଷ ପତ୍ର ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବନ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ, ପଶୁ ସଂପଦର ବିଭାଗ ପଡ଼ିି ସରଞ୍ଜାମ ପ୍ରଦର୍ଶୀତ କରାଯାଇଛିା। ଗତ ୫ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେଉଥିବାବେଳେ ଶନିବାର ପାଗ ମେଘୁଆ ସକାଶେ ଶୀତ କମିଥିବା ଯୋଗୁଁ ମେଳାରେ ପ୍ରବଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ଏହି ମେଳା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯ।।ଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.