Home Top News ପେଟ୍ରୋଲ ପମ୍ପରେ ଗଣ୍ଡୋଗଳ ବାଇକ୍‌ରେ ଲଗାଇଦେଲା ନିଆଁ

ପେଟ୍ରୋଲ ପମ୍ପରେ ଗଣ୍ଡୋଗଳ ବାଇକ୍‌ରେ ଲଗାଇଦେଲା ନିଆଁ

99

ପୁରୀ ୨୬-୧୨ (ଓଡ଼ିଆ ପୁଅ) ପେଟ୍ରୋଲ ପମ୍ପରେ ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳକୁ ନେଇ ବାଇକରେ ନିଆଁ ଲଗାଇ ଦେବାକୁ ନେଇ ବାଇକରେ ଲାଗିଗଲା ନିଆଁ। ତେବେ ସୌଭାଗ୍ୟ ବସତଃ ପେଟ୍ରୋଲ ପମ୍ପ କର୍ମଚାରୀ ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ପେଟ୍ରୋଲ ପମ୍ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା ଟଲି ଯାଇଛି। ଅଗ୍ନିକାଣ୍ଡ ଆୟତ୍ତ ହୋଇ ନ ଥିଲେ ବ୍ୟାପକ କ୍ଷୟକ୍ଷତି ଘଟିଥାନ୍ତା। ତେବେ ଘଟଣା ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ ବାଇକରେ ନିଆଁ ଲଗାଇ ଥିବା ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିବା ଜଣାପଡିଛି। ତେବେ ଏହି ଘଟଣା ଏବେ ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.