Home ଜିଲ୍ଲା ପରିକ୍ରମା ନିଷ୍ଠାର ସହ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ବିଜେଡି ପ୍ରତିଷ୍ଠା ଦିବସରେ ସଂକଳ୍ପ

ନିଷ୍ଠାର ସହ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ବିଜେଡି ପ୍ରତିଷ୍ଠା ଦିବସରେ ସଂକଳ୍ପ

53

ନୟାଗଡ଼, ୨୨୬ା୧୨ (ଓ଼ଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ତଥା ଓଡ଼ିଶା ସରକାରଙ୍କ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ୧୯୯୭ ମସିହାରେ ଗଠନ କରାଯାଇଥିବା ବିଜୁ ଜନତା ଦଳ ଶୈଶବରୁ ଆଜି ଯୁବ ଅବସ୍ଥାରେ ପହଂଚିଥିବାବେଳେ ଦଳ ଗଠନର ୩ବର୍ଷ ପରେ ବିଜେପି ସହ ମେଂଟ କରି ସରକାର ଗଢିଥିବା ଦଳ ଏବେବି ଅପରାଜେୟ ବୋଲି କହିଥିଲେ। ସେ କହିଥିଲେଯେ ବିଜେଡି କ୍ରମାଗତ ୫ଥର କ୍ଷମତାକୁ ଆସି ୨୧ବର୍ଷ ଶାସନ କରି ଜନସାଧାରଣକୁ ଆଶା, ଭରଷା ଓ ନୂଆ ସମ୍ଭାବନା ଦେଇଥିବାବେଳେ ବିଜେଡି ସହ ଜନସାଧାରଣଙ୍କର ଏକ ପାରିବାରିକ ସମ୍ପର୍କ ରହିବା ଭଳି ଓଡ଼ିଶା ଲୋକେ ଅନୁଭବ କରୁଥବା ପରିଲକ୍ଷିତ ହୋଇଛି। ଏହା କେବଳ ରାଜ୍ୟବାସୀଙ୍କ କଲ୍ୟାଣ ଓ ପୂର୍ଣ୍ଣପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଥିଲେ। ବିଜୁ ଜନତା ଦଳକୁ ଜନସାଧାରଣ ଏତେ ନିଜର କରିବା ଭିତରେ କେବଳ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭଲପାଇବା ଓ ଚମତ୍କାରିତା ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ। ବିରୋଧି ବିରୋଧ କରିବେ ଏଥିରେ କିଛି ନୂତନତା ନାହିଁ। ବିଜେଡି ଏକ ଆଚଂଳିକ ଦଳ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁ-ଶାସନ ଆଗରେ ଅନ୍ୟସବୁ ଦଳ ନିଷ୍ପ୍ରଭ ହୋଇପଡ଼ିଛନ୍ତି। ବିଜେଡି ବିରୋଧରେ କୌଣସି ବିକଳ୍ପ ଦାନା ବାନ୍ଧିପାରୁନାହିଁ ଯେତେବେଳେ ବିରୋଧି ପାଖରେ କୁତ୍ସାରଟନା କରିବା ଛଡ଼ା ସେମାନଙ୍କର ପାଖରେ ଆଉକିଛି ନାହିଁ। ଏକଥା ଜନସାଧାରଣ ଭଳଭାବରେ ବୁଝିସାରିଛନ୍ତି ବାଲି ମନ୍ତ୍ରୀ କହିଥିଲେ। ତେବେ ବିରୋଧି ପାଖରେ କୌଣସି ପ୍ରସଙ୍ଗ ନଥିଲାେବେଳେ ଯେକୌଣସି କଥାରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ ଆକ୍ରମଣାତ୍ମକ ପରିସ୍ଥିତି କରିପାରିବେ ବୋଲି କହିବା ସହିତ ଆଗକୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ଆସିଲେ ମଧ୍ୟ ବିଜେଡିର ଉତ୍ସର୍ଗୀକୃତ ସେବାକାର୍ଯ୍ୟ ଆଗରେ ସବୁ ନିଷ୍ପ୍ରଭ ହୋଇଯିବ ବୋଲି କହିଥିଲେ। ଏଥିପାଇଁ ଦଳୀୟ ଏକଜୁଟ୍ ସହ ଜନସେବାରେ ବ୍ରତୀ ହେବାର ଆବଶ୍ୟକତା ଥିବାବେଳେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଂକଳ୍ପ ନେବାପାଇଁ ପରାମର୍ଶ ଦେଇଥିଲେ। ବିରୋଧିଙ୍କ କଥାରେ କୌଣସି ବିଚଳିତ ହେବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା ହୋଇଛି। ନୟାଗଡ଼ର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ବିକାଶ ପାଇଁ ସମସ୍ତଙ୍କର ସହଯୋଗ ରହିଛି ବୋଲି କହିଥିଲେ। ଏହି ପ୍ରତିଷ୍ଠା ଦିବସରେ ନୟାଗଡ଼ ବ୍ଳକ ଭାଇସ୍ ଚେୟାରମ୍ୟାନ ସୁବାସ ଚନ୍ଦ୍ର କଅଁର ମଂଚ ପରିଚାଳନା କରୁଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଂଯୋଜକ ଶ୍ରବଣ କୁମାର ରାମ, ରାଜ୍ୟ କାରିଣୀ ଉପସଭାପତି ମାଳତୀ ଗୁରୁ, ବ୍ଳକ ସଭାପତି ଅଜିତ ସାହୁ, ଜିଲ୍ଲା ମହିଳା ସଭାପତି ବିରଜା ଲକ୍ଷ୍ନୀ ସାହୁ, ବ୍ଳକ ଚେୟାରମ୍ୟାନ ଗୋଲାପ ଦଳବେହେରା, ଜିଲ୍ଳା ଛାତ୍ର ସଭାପତି ନୀଳମାଧବ ପଣ୍ଡା, ଜିଲ୍ଳା ଯୁବ ସଭାପତି ରମେଶ ଚନ୍ଦ୍ର ସାହୁ, ରାଜ୍ୟ ଉପସଭାପତି ପ୍ରଭାସିନୀ ନନ୍ଦ, ଜିଲ୍ଳା ଉପ ସଭାପତି ପ୍ରସନ୍ନ ପ୍ରଧାନ, ସଂଖ୍ୟଲଘୁ ଜିଲ୍ଲା ସଭାପତି ଶେଖ୍ ନଇମ୍‌, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ସରପଂଚ କିଶୋର ସାହୁ ପ୍ରମୁଖ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରଚେଷ୍ଟାରେ ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା ହେବା ସହ ବିକାଶର ଧାରା ତ୍ୱରାନ୍ନିତ ହେବାରେ ଲାଗିଛି ବୋଲି କହିଥିଲେ। ଏଥିରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ସଂରପଂଚ, ସମିତିସଭ୍ୟା ଓ ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.