Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟା – କୋହଲା ପାଗକୁ ଉଷ୍ମ କଲା ମଡର୍ଣ୍ଣ ଡ୍ୟାନ୍ସ...

ନୟାଗଡ଼ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟା – କୋହଲା ପାଗକୁ ଉଷ୍ମ କଲା ମଡର୍ଣ୍ଣ ଡ୍ୟାନ୍ସ ଓ ଡାଲଖାଇ

140

ନୟାଗଡ଼, ୨୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ କୋହଲା ପାଗକୁ ଉଷ୍ମ କରିଛି ମଡର୍ଣ୍ଣ ଡ୍ୟାନ୍ସ ଓ ଡାଲଖାଇ ନୃତ୍ୟ। ଉପଜିଲାପାଳ ଲଗ୍ନଜିତ୍ ରାଉତଙ୍କ ସଭାପତିତ୍ୱରେ ଉତ୍ସବର ମୁଖ୍ୟଅତିଥି ଥିଲେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ସମ୍ମନୀତ ଅତିଥିଭାବେ ଏସପି ଶଶୀଭୂଷଣ ଶତପଥୀ, ଡିଏଫଓ ଧନରାଜ ଏଚ୍ ଡି, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ଓ ପିଡି ସୁବାଷ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ପ୍ରଧାନ ନୟାଗଡ଼ ଜିଲ୍ଲାର ଲୋକସଂସ୍କୃତି, ଐତିହ୍ୟ, ପରମ୍ପରା ଓ ମୁକ୍ତି ସଂଗ୍ରାମରେ ନୟାଗଡ଼ର ଭୂମିକା ସର୍ବାଗ୍ରେ ଉଚ୍ଚରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ନୟାଗଡ଼ ବନ୍ଦନାରୁ ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କୋହଲା ପାଗ ହୋଇଥିଲେ ମଧ୍ୟ ଲୋକମାନଙ୍କ ଗହଳ ଚହଳି ଲାଗି ରହିଥିଲା। ପଲ୍ଲିଶ୍ରୀ ମେଳାରେ ଖୋଲା ଯାଇଥିବା ଷ୍ଟଲରେ ଲୋକମାନଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ମହୋତ୍ସବର ଅନ୍ୟାନ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ବାରିପଦାର ଛଉନୃତ୍ୟ, ବରଗଡ଼ର ଡାଲଖାି, ପୁରୀ ରଙ୍ଗଶାଳାର ଲୋକନୃତ୍ୟ ବେଶ୍ ଆକର୍ଷଣୀୟ ଥିଲା। ମୁଖ୍ୟଅତିଥି ମଂଚାସୀନ ଅତିଥି ଓ ବିଭିନ୍ନ ସ୍ଥାନରୁ ଆସିଥିବା ଡ୍ୟାନ୍ସ ଗ୍ରୁପକୁ ସମ୍ମାନୀତ କରିଥିଲେ। ମଂଚରେ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଗଣେଶ୍ୱର ମିଶ୍ର, ସ୍ମିତା ସ୍ୱାଇଁ, ପୂଜା ପ୍ରିୟଦର୍ଶିନୀ ପଟ୍ଟନାୟକ ଓ ସାଗର ସୂରଦେଓ ପ୍ରମୁଖ ଉପସ୍ଥାପନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.