Home ଜିଲ୍ଲା ପରିକ୍ରମା ଅନ୍ଦ ବିଶ୍ୱାସର ଅନ୍ଧଗଳିରେ ଆଦିବାସି ଯୁବକର ଗଲା ଜୀବନ

ଅନ୍ଦ ବିଶ୍ୱାସର ଅନ୍ଧଗଳିରେ ଆଦିବାସି ଯୁବକର ଗଲା ଜୀବନ

78

ମାଲକାନଗିରି,୭ା୫ (ଓଡିଆ ପୁଅ ) ଅତ୍ୟାଧୁନିକ ଇଟଂରନେଟ ଯୁଗରେ ସଭ୍ୟଶିକ୍ଷିତ ସମାଜ ମଙ୍ଗଳଗ୍ରହରେ ଘରକରିବା ପାଇଁ ପ୍ରଚେଷ୍ଠା ଚଳାଇଚଳାଇ ଥିବା ବେଳେ ଏବେ ବି କିଛି ଗ୍ରାମ ଅଛି କୁସଂସ୍କାର ଅନ୍ଧବିଶ୍ୱାସ କୁ ଛାଡିପାରି ନହାଁନ୍ତି । କୁସଂସ୍କାର ଓ ଅନ୍ଧବିଶ୍ୱାସରେ ବସବର୍ତି ହୋଇ ଗୁଣିକରିବା ସନ୍ଦେହରେ ଜଣେ ଆଦିବାସୀ ଯୁବକକୁ ନିର୍ମମଭାବେ ଗଳାକାଟି ହତ୍ୟାକରାଯାଇଛି । ଏମିତି ଏକ ଲୋମହର୍ଷ କାରି ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଓପ୍ରବଣ ନିଲିଗୁଡା ଗ୍ରାମରେ । ପଡିଆ ଥାନାସ୍ଥ ନିଲିଗୁଡା ଗ୍ରାମର ବୁଦ୍ରା ପଡିଆମି(୩୮)ଜଣେ ଆଦିବାସୀ ଯୁବକ ସେ ଚାଷବାସ କରି ଚଳିବା ସହିତ ଗାଁରେ ପୁଜା ପାଠ ଝଡାଫୁଙ୍କା କାମକରିଥାଏ । ଶୁକ୍ରବାର ରାତ୍ରରେ ବୁଦ୍ରାଙ୍କ ଘରକୁ କେହି ଦୁଇଜଣ ଅଚିହ୍ନା ବ୍ୟକ୍ତି ଆସି ବୁଦ୍ରାଙ୍କ ସହିତ କଥାବାର୍ତା ହୋଇଥିଲେ ।କିଛି ସମୟପରେ ବୁଦ୍ରାଙ୍କ ଚିତ୍କାର ଶୁଣି ପାରି ଘରଭିତରେ ଥିବା ତାଙ୍କ ସ୍ତ୍ରୀ ରାଙ୍ଗିପଡିଆମି କଣ ହେଲା ବୋଲି ବାହରକୁ ଆସି ଦେଖନ୍ତି ତ ସେ ଦୁଇଜଣ ବ୍ୟକ୍ତି ବୁଦ୍ରାଙ୍କ ଗଳା କାଟି ଦେଇ ଦୌଡିପଳାଉଛନ୍ତି । ରାଙ୍ଗି ଚିତ୍କାର କରି ଗାଁଲୋକଙ୍କୁ ଡାକପକାଇ ବାରୁ ଗ୍ରାମବାସୀ ମାନେ ସେଠାରେ ରୁଣ୍ଡହୋଇ ଯାଇଥିଲେ । ପଡିଆ ଥାନାକୁ ଏ ସଂପର୍କରେ ଖବର ଦେବାପରେ ପଡିଆ ଥାନା ଏସଆଇ ହରିଶ ଚନ୍ଦ୍ର ଗୋଲେରି ପୁଲବିସ ସଦଳ ବଳ ଧରି ଘଟଣାସ୍ଥଳରେ ପହିଁଚି ମୃତଶରୀର ଜବତ କରି ହସପିଟାଲକୁ ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ହତ୍ୟାକାଣ୍ଡ ଗୁଣିଗାରେଡି ଯୋଗୁ ହୋଇଥାଇ ପାରେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଢିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.