Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲାରେ ସପ୍ତମ ଅର୍ଥନୈତିକ ଗଣନାର ଶୁଭାରମ୍ଭ

ନୟାଗଡ଼ ଜିଲାରେ ସପ୍ତମ ଅର୍ଥନୈତିକ ଗଣନାର ଶୁଭାରମ୍ଭ

72

ନୟାଗଡ଼, ୨୯ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ସପ୍ତମ ଅର୍ଥନୈତିକ ଗଣନା କାର୍ଯ୍ୟକ୍ରମକୁ ଜିଲାପାଳ ଡ.ପୋମା ଟୁଡୁ ଶୁଭାରମ୍ଭ କରିଛନ୍ତି। ଯେଭଳି ଏହି ଗଣନା କାର୍ଯ୍ୟ ସଠିକ ଭାବେ ହୋଇପାରିବ ତା’ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜନସେବା କେନ୍ଦ୍ରର ଜିଲା ପରିଚାଳକ ଆଶୁତୋଷ ଶତପଥୀ, ଏନଏସଓ କାର୍ଯ୍ୟକର୍ତ୍ତା ତପନ କୁମାର ମିଶ୍ର, ଏଡି ଶଙ୍କର ବେହେରା ପ୍ରମୁଖ ଯୋଗଦେଇଥିଲେ। ଘର ଘର ବୁଲି ଆର୍ଥୀକ ସ୍ଥିତି ସଂଗ୍ରହ ପାଇଁ ଗଣନାକାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୩ମାସ ସମୟ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.