Home ଓଡ଼ିଶା ନୟାଗଡ଼ ଛେନାପୋଡ଼ ଓ କଂଟିଲୋ କଂସା ପିତଳ ବାସନର ଭୌଗଳିକ ମାନ୍ୟତା ନିମନ୍ତେ ବୈଠକ

ନୟାଗଡ଼ ଛେନାପୋଡ଼ ଓ କଂଟିଲୋ କଂସା ପିତଳ ବାସନର ଭୌଗଳିକ ମାନ୍ୟତା ନିମନ୍ତେ ବୈଠକ

28

ନୟାଗଡ଼, ୨୨ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ପ୍ରଶାସନ ଉଦ୍ୟମ କ୍ରମେ ନୟାଗଡ଼ ଛେନାପୋଡ଼ ଓ କଂଟିଲୋ କଂସାପିତଳ ବାସନକୁ ଭୌଗଳିକ ଚିହ୍ନଟ ପ୍ରକ୍ରିୟାରେ ଜିଆଇ ଟ୍ୟାଗ୍ ସାମିଲ କରିବା ପାଇଁ ବୁଧବାର ଏକ ଆଲୋଚନା ସଭା ଜିଲ୍ଲାପାଳଙ୍କ ମିନି ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ଆବାହିକା ଡେପୁଟୀ କଲେକ୍ଟର ଆୟୁଷୀ ମହାପାତ୍ର ଥିଲେ।

ଇତି ମଧ୍ୟରେ ନୟାଗଡ଼ ଛେନାପୋଡ଼କୁ ଜି.ଆଇ. ମାନ୍ୟତା ଦେବା ପାଇଁ ଲୋଗୋ ପ୍ରସ୍ତୁତ କରାଯାଇ ଓରମାସ ପକ୍ଷରୁ ଆବେଦନ କରାଯାଇଥିଲାବେଳେ କଂଟିଲୋ କଂସା ଓ ପିତଳ ବାସନ ଲୋଗୋ ପ୍ରସ୍ତୁତି କାର୍ଯ୍ୟ ଚାଳୁରହିଛି। ଏହା ବ୍ୟତୀତ କଂସା ପିତଳ ବାସନର ତିଆରି ଜ୍ୟୋତିର ମାନ ପରୀକ୍ଷା କରିବା ପାଇଁ ବିଜ୍ଞାନଗାରକୁ ପଠାଇବା ନିମନ୍ତେ ନୟାଗଡ଼ ହସ୍ତ ଓ କୁଟୀର ଶିଳ୍ପ ପ୍ରୋଗ୍ରାମ ଅଫିସର ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ଜି.ଆଇ. ମାନ୍ୟତା ପାଇଁ କଂଟିଲୋ ବାପୁଜୀ କଂସା ପିତଳ ସମବାୟ ସମିତିର ସଭାପତି କ୍ଷମତାପ୍ରାପ୍ତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ତଥ୍ୟ ଓ ପ୍ରମାଣ ପତ୍ର ସହ ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପଠାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଅନ୍ୟାନ୍ୟ ଆଲୋଚନା ପରବର୍ତ୍ତୀ ବୈଠକ ଜୁଲାଇ ମାସ ଶେଷ ସପ୍ତାହରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଏହାର ସମୀକ୍ଷା କରାଯିବ ବୋଲି ଅତିରକ୍ତ ଜିଲ୍ଲାପାଳ ଶ୍ରୀ ରାୟ ପ୍ରକାଶ କରିଥିଲେ।

ଏହି ଆଲୋଚନା ସଭାରେ ଓରମାସର କାର୍ଯ୍ୟନିର୍ବାହୀ ଆସିଷ୍ଟାଂଟ ଶ୍ରୀ ନଟବର ସ୍ୱାଇଁ, ହସ୍ତ ଓ କୁଟୀର ଶିଳ୍ପ ପ୍ରୋଗ୍ରାମ ଅଫିସର ଶ୍ରୀ ସୂର୍ଯ୍ୟକାନ୍ତ ପଣ୍ଡା, କଂସାରୀ ସମାଜର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ଅଖିଳ କୁମାର ମହାରଣା, କଂଟିଲୋ ବାପୁଜୀ କଂସା ପିତଳ ସମବାୟ ସମିତି ସଭାପତି ଶ୍ରୀ ଦଣ୍ଡପାଣି ସାହୁ, କଂଟିଲୋ ଜିଲ୍ଲା ପରିଷଦ ସଭ୍ୟା ଉଜ୍ୱଳ ମହାରଣା, ମାଛିପଡ଼ା ବୁକ୍‌କିପର ପକ୍ଷରୁ ପ୍ରଭାତୀ ଜେନା ଓ ସାମ୍ବାଦିକ ଶ୍ରୀ ପ୍ରଭାକର ଶିରୋମଣି ଯୋଗଦାନ କରିଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାୟ ଉପସ୍ଥିତ ସମସ୍ତ ସଭ୍ୟ, ସଭ୍ୟାମାନଙ୍କ ସହଯୋଗ କାମନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.