Home ଜିଲ୍ଲା ପରିକ୍ରମା ନୟାଗଡ଼: କ୍ୱାକର ଭୁଲ୍ ଚିକିତ୍ସା ଯୋଗୁଁ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ

ନୟାଗଡ଼: କ୍ୱାକର ଭୁଲ୍ ଚିକିତ୍ସା ଯୋଗୁଁ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ

64

ନୟାଗଡ଼, ୧୮ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଥିବା ୧୦ବର୍ଷ ଛାତ୍ରର ମୃତ୍ୟୁକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟ ହୋଇଛି। ତେବେ ଜଣେ କ୍ୱାକର ଭୁଲ୍ ଇଞ୍ଜେକସନ୍ ଦେବା କାରଣରୁ ଶିଶୁର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛିଯେ, ନୟାଗଡ଼ ଜିଲା ନୂଆଗାଁ ଥାନା ମାଳିସର ଗ୍ରାମର ବିଶ୍ୱନାଥ ପରିଡ଼ାଙ୍କ ପୁଅ ରାଜେଶର ଥଣ୍ଡାଜ୍ୱର ହୋଇଥିଲା। ପ୍ରାଥମିକ ଚିକିତ୍ସା ପାଇଁ ବିଶ୍ୱନାଥ ପୁଅକୁ ଧରି ମହିପୁର ନିକଟ ଦୁରୁଦୁରୁ ଗ୍ରାମର ଏକ କ୍ଲିନିକକୁ ଆଣିଥିଲେ। ଇଞେକସନ୍ ଦେଲେ ପୁଅର ଜ୍ୱର କମିଯିବ ବୋଲି କହିବା ସହ ଟିକେ ବିଳମ୍ବ ହେବ ବୋଲି କହିଥିଲେ। ତାଙ୍କ କଥାରେ ଭରଷା କରି ବିଶ୍ୱନାଥ ପୁଅକୁ ସେଠାରେ ଗତକାଲି ରଖିଥିବାବେଳେ ବେଳକୁ ବେଳ ପୁଅର ଅବସ୍ଥା ଗୁରୁତର ହୋଇଥିଲା। ପରେ ବି୍‌ଶ୍ୱନାଥ ପୁଅକୁ ଧରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ରାଜେଶକୁ ମୃତ୍ୟୁ ଘୋଷଣା କରିଥିଲେ। ପୁଲିସ ରାଜେଶର ଶବକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିବାବେଳେ କ୍ୱାକ୍ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.