Home ଓଡ଼ିଶା କଳଙ୍କି ଲାଗିଲାଣି ପାନୀୟ ଜଳ ପ୍ରକଳ୍ପ ହେଲେ ଲୋକଙ୍କୁ ମିଳୁନି ପାନୀୟ ଜଳ

କଳଙ୍କି ଲାଗିଲାଣି ପାନୀୟ ଜଳ ପ୍ରକଳ୍ପ ହେଲେ ଲୋକଙ୍କୁ ମିଳୁନି ପାନୀୟ ଜଳ

66

ନୟାଗଡ/୧୯/୧୧(ଓଡିଆପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)- ସରକାର ଜନସାଧାରଣଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରତି ଗ୍ରାମପଂଚାୟତର ବିଭିନ୍ନ ଗ୍ରାମରେ  ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ବ୍ୟୟ କରି ପାନୀୟ ଜଲ ପ୍ରକଳ୍ପ ନିର୍ମାଣ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅନେକ ଯାଗାରେ ପାନୀୟ ଜଳ ପ୍ରକଳ୍ପ ଗୁଡିକ ନିର୍ମାଣାଧିନ ଅବସ୍ଥାରେ କଳଙ୍କି ଲାଗିବାରେ ବସିଲାଣି । ସରକାର ଙ୍କ ଉଦେଶ୍ୟ ସାଧିତ ହୋଇପାରୁନାହିଁ କି ସାଧାରଣ ଲୋକମାନେ ପାନୀୟ ଜଳ ଟୋପାଏ ପାଇ ପାରୁନାହାଁନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ଥିବା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମ ପଂଚାୟତ ଲତାର ପାନୀୟ ଜଳ ପ୍ରକଳ୍ପ  ।  ଏହି ପାନୀୟ ଜଳ ପ୍ରକଳ୍ପଟି ୨୦୧୨ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଆରମ୍ଭ କରାଯାଇଥିଲା  । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟୟ ଅଟକଳକୁ ବୃଦ୍ଧି କରାଯାଇ ମନ୍ଦାକିନୀ ନଦୀ ଭିତରେ ଏକ ବୋରୱେଲ୍ ସହ ବିଦ୍ୟୁତ୍ ଟ୍ରାନ୍‌ସମିଟର ବସାଯାଇଥିଲା  ।

ଗ୍ରାମ ଭିତରେ ପାଣି ପାଇପ୍ ଲାଇନ୍ ବିଛା ଯାଇଥିଲା । ଏହି କାମକୁ ନିର୍ମାଣ କରିବା ପାଇଁ ୮ ବର୍ଷ ଲାଗିଯାଇଅଛି । ଏବେ ୮ ମାସ ହେଲା କାର୍ଯ୍ୟ ସରିଥିଲେ ମଧ୍ୟ ଗ୍ରାମକୁ ଏ ପର୍ଯ୍ୟନ୍ତ ପାନୀୟ ଜଳ  ଯୋଗାଣ ହୋଇପାରିନାହିଁ । ଅପର ପକ୍ଷେ ପାନୀୟ ଜଳ ପ୍ରକଳ୍ପ ରେ କଳଙ୍କି ଲାଗିଲାଣି  । ଏ ସର୍ମ୍ପକେ ରଣପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରକାଶ ମହାନ୍ତି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ମୁଁ କୋଭିଡ୍ ଆକ୍ରାନ୍ତ ହୋଇ ଘରେ ଛୁଟିରେ ରହି ବିଶ୍ରାମ କରୁଅଛି । କାର୍ଯ୍ୟରେ ଯୋଗଦାନ କରିବା ପରେ ପ୍ରକଳ୍ପ ଆରମ୍ଭ କରି ଦେଖିବାକୁ ପଡିବ କେଉଁଠାରେ ପାଇପ୍ ଲାଇନ୍ ଲିକେଜ୍ ଅଛି । ନୟାଗଡ ଜିଲ୍ଲା ପାନୀୟ ଜଳ ଓ ପରିମଳ ବିଭାଗ କାର୍ଯ୍ୟକାରୀ ସହକାରୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଲତାର ପାନୀୟ ଜଳ ପ୍ରକଳ୍ପ ଏ ଯାଏଁ କାର୍ଯ୍ୟକାରୀ ହୋଇନାହିଁ ବୋଲି ମୁଁ ଅବଗତ ନଥିଲି  । ବର୍ତ୍ତମାନ ଦେଖୁଛି କେଉଁଭଳି କାର୍ଯ୍ୟକାରୀ ହୋଇ ଗ୍ରାମବାସୀ ପାନୀୟ ଜଳ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.