Home Top News ନୟାଗଡ଼ରେ ସେକ୍ସ ରାକେଟ୍ ଠାବ, ୨ଗିରଫ, ବହୁ ଆପତ୍ତିଜନକ ସାମଗ୍ରୀ ଜବତ

ନୟାଗଡ଼ରେ ସେକ୍ସ ରାକେଟ୍ ଠାବ, ୨ଗିରଫ, ବହୁ ଆପତ୍ତିଜନକ ସାମଗ୍ରୀ ଜବତ

89

ନୟାଗଡ଼, ୨୬ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ପୁରୁଣା ଜେଲ୍ ସମ୍ମୁଖରେ ଥିବା ନିର୍ମଳା ଗେଷ୍ଟ ହାଉସ୍‌ରେ ସେକ୍ସ ରାକେଟ୍ ଚାଲିଥିବା ଠାବ କରି ପୋଲିସ ଅସଂଜତ ଅବସ୍ଥାରେ ଥିବା ୨ ଜଣଙ୍କୁ ଗିରଫ କରିବା ସହିତ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଥିବା ଜଣା ପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଗେଷ୍ଟ ହାଉସ ପରିଚାଳକ ନୟାଗଡ଼ ରାମେଶ୍ୱରସାହିର ମନମୋହନ ମହାପାତ୍ରଙ୍କ ପୁଅ ଦୀପକ ମହାପାତ୍ର(୨୫) ଓ ଅନ୍ୟ ଜଣେ ଗ୍ରାହକ ହେଲେ ନୟାଗଡ଼ ନିକଟ ଦେଉଳପଲ୍ଲୀର ଗୋକୁଳ ଚନ୍ଦ୍ର ପ୍ରଧାନଙ୍କ ପୁଅ ରାକେଶ ପ୍ରଧାନ(୨୭)। ପୋଲିସ ଚଢାଉ କରି ମଦ, ସିଗାରେଟ୍‌, ମୋବାଇଲ, ଟଙ୍କା, ଗୋଟିଏ ମୋଟରସାଇକେଲ ଓ କେତେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବାବେଳେ ସମ୍ପୃକ୍ତ ୨ଜଣ ଯୁବତୀଙ୍କୁ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଜଣାପଡ଼ିଛି। ଏନେଇ ପୋଲିସ ପକ୍ଷରୁ ଥାନାରେ କେସ୍ ନଂ.୨୬୧/୨୦୨୧ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.