Home କଟକ କଟକ ଜିଲ୍ଲା ମାହାଙ୍ଗାର ଓରତି ଠାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ 

କଟକ ଜିଲ୍ଲା ମାହାଙ୍ଗାର ଓରତି ଠାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ 

41

କଟକ, ୨୬/୧୨ (ଓଡ଼ିଆ ପୁଅ/ଅଭୟ ଜେନା) ବିଜୁ ଜନତା ଦଳ ର ୨୫ତମ ପ୍ରତିଷ୍ଠା ଦିବସ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଓରତି ପଂଚାୟତ ର ଖଣ୍ଡାୟତ ପଟିକିରା ହାଇସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏକ ମନୋଜ୍ଞ ଉତ୍ସବରେ ପଂଚାୟତ ରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଉପସ୍ଥିତ କର୍ମୀ, ନେତା ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ସ୍ଥିର ସରକାର ଯୋଗୁଁ ରାଜ୍ୟର ପ୍ରଗତି ଦ୍ବିଗୁଣିତ ହୋଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସରକାର ଙ୍କର ଏକ ମହନୀୟ ଅବଦାନ।ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ରାଜ୍ୟର ଅଗଣିତ ଗରିବ ଲୋକେ ଉପକୃତ ହୋଇପାରିବେବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ।

ଏହି ଉତ୍ସବ ରେ ମାହାଙ୍ଗାବ୍ଲକ ଚେୟାରମ୍ୟାନ ଶରତ ନାୟକ, ନିଶ୍ଚିନ୍ତକୋଇଲି ଚେୟାରମ୍ୟାନ ସବିତା ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଯୁବ ନେତା ଅଶୋକ ଓଝା, ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳି ପଣ୍ଡା, ଆତ୍ମା ସଭାପତି ହିମାଂଶୁ ଶେଖର ମହାନ୍ତି, ବିଜେଡି ନେତା ବ୍ରଜ ମୋହନ ପଣ୍ଡା, ସରପଞ୍ଚ ଭୂପତି ଭୂଷଣ ଷଣ୍ଢ, ଦାଉଦପୁର ପ୍ରାକ୍ତନ ସରପଞ୍ଚ ଦିବାକର ସାହୁ, ପ୍ରାକ୍ତନ ସରପଞ୍ଚ ନଗେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇବକ୍ତବ୍ୟ ରଖିଥିଲେ।ମନ୍ତ୍ରୀ ଶ୍ରୀ ଜେନା କେତେକ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନକରିଥିଲେ।ଏହି ଅବସରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ବହୁ କର୍ମୀ ଅନ୍ୟ ଦଳ ତ୍ୟାଗକରି ବିଜେଡି ରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.