Home ଓଡ଼ିଶା ନୟାଗଡ଼ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଅରୁଣ କହିଲେ ୫ଟି ଦ୍ୱାରା ପ୍ରଶାସନିକ ସ୍ତରରେ ବ୍ୟାପକ ସଂସ୍କାର...

ନୟାଗଡ଼ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଅରୁଣ କହିଲେ ୫ଟି ଦ୍ୱାରା ପ୍ରଶାସନିକ ସ୍ତରରେ ବ୍ୟାପକ ସଂସ୍କାର ଆସିଛି

90

ନୟାଗଡ଼, ୧ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ରେ ବିଜୁ ଜନତା ଦଳର ଏକ ବିରାଟ ପଦଯାତ୍ରା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ପରିପ୍ରେକ୍ଷୀରେ ଏକ ବିଶାଳ ପଦଯାତ୍ରା ନୟାଗଡ଼ ଖେଳ ପଡ଼ିଆରୁ ବାହାରି ଝୁମ୍ପୁରିସ୍ଥିତ ଇଶ୍ୱର କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇ ସଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେବା କରିବାରେ ବିଶ୍ୱାସ କରୁଥିବା ବିଜେଡି ବାପୂଜୀ ଓ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ଓଡ଼ିଶା ମୋ ପରିବାର କାର୍ଯ୍ୟକ୍ରମ ଆଉ ଏକ ନବୀନ ବାବୁଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ ୫ଟି ଦ୍ୱାରା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ସଂସ୍କାର ଏବଂ ମୋ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସମାଜସେବା ସହ ସ୍ୱଚ୍ଛ, ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସମସ୍ତଙ୍କ ସହଯୋଗ ରହିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ଶ୍ରୀ ସାହୁ କହିଥିଲେ। ରକ୍ତଦାନ ଠାରୁ ଆରମ୍ଭ କରି ବୃକ୍ଷରୋପଣ ପର୍ଯ୍ୟନ୍ତ ବହୁ ଜନହିତକର ଯୋଜନା ସରକାର ହାତକୁ ନେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କର ପ୍ରତି ଅତୁଟ ଆସ୍ଥା ଓ ବିଶ୍ୱାସ ରହିଛି ବୋଲି ପଦଯାତ୍ରାରେ ଯୋଗଦାନ କରିଥିବା ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ। ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତ୍ରୀ ପ୍ରଭାସିନୀ ନନ୍ଦ, ଗଙ୍ଗାଧର ପଣ୍ଡ, ଗୋଲାପ ଦଳବେହେରା, ଶ୍ରୀକାନ୍ତ କୁମାର ପଟ୍ଟନାୟକ, ଗୁରୁପ୍ରସାଦ ଜେନା ଙ୍କ ସମେତ ହଜାର ହଜାର କର୍ମୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.