Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ୭୧ ତମ ବନ ମହୋତ୍ସବରେ ନଣ୍ଡା ପାହାଡ଼ରେ ବୃକ୍ଷ ରୋପଣ

ନୟାଗଡ଼ରେ ୭୧ ତମ ବନ ମହୋତ୍ସବରେ ନଣ୍ଡା ପାହାଡ଼ରେ ବୃକ୍ଷ ରୋପଣ

79

ନୟାଗଡ଼, ୯ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାସ୍ତରୀୟ ୭୧ତମ ବନ ମହୋତ୍ସବ ପାଳନ ପରିପ୍ରେକ୍ଷିରେ ପିଟିଏସ ରୋଡ଼ ଡିଆରଡିଏ ନିକଟରେ ଥିବା ନଣ୍ଡା ପାହାଡ଼ରେ ବୃକ୍ଷୋରୋପଣ କରାଯାଇଛି। ନୟାଗଡ଼ ବନଖଣ୍ଡ ବିଭାଗ ଆନୁକୂଲ୍ୟରେ ଡିଏଫଓ ଧନରାଜ ଏଚ୍ ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବୃକ୍ଷୋରୋପଣ କରାଯାଇଥିଲାବେଳେ ଆହୁତ ଏକ ସଚେତନତା ସଭାରେ କୃଷି ମନ୍ତ୍ରୀ ଡ-ଅରୁଣ କୁମାର ସାହୁଙ୍କ ବାର୍ତ୍ତା ପାଠ କରାଯାଇଥିଲା। ଏଥିରେ ଜିଲାପାଳ ଡ-ପୋମା ଟୁଡୁ, ବନ୍ୟଜନ୍ତୁ ଡିଏଫଓ ହର୍ଷବର୍ଦ୍ଧନ ଉଦ୍‌ଗାତା, ଏସପି ପ୍ରତ୍ୟୁଷ ଦିବାକର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ। ନଣ୍ଡା ପାହାଡ଼କୁ ସବୁଜିମା କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.