Home ଜିଲ୍ଲା ପରିକ୍ରମା ନୟାଗଡ଼ରେ କୋଭିଡ୍ ଟିକାକରଣର ଶୁଭାରମ୍ଭ

ନୟାଗଡ଼ରେ କୋଭିଡ୍ ଟିକାକରଣର ଶୁଭାରମ୍ଭ

29

ନୟାଗଡ଼, ୧୬ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ମହାମାରୀ କୋଭିଡକୁ ପ୍ରତିହତ କରିବା ପାଇଁ ଆଜି କୋଭିଡ୍ ଟିକାର ଶୁଭାରମ୍ଭ ହୋଇଛି। ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଏହି ଟିକା ପ୍ରଦାନକୁ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ଶୁଭ ଉଦ୍‌ଘାଟନ କରିଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସଫେଇ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ସଫେଇ କର୍ମଚାରୀ ଗୌରାଙ୍ଗ ଘଡ଼େଇଙ୍କୁ ପ୍ରଥମ ଟିକା ପ୍ରଦାନ କରାଯାଇଥିଲାବେଳେ ସମୁଦାୟ ୬୧ଜଣଙ୍କୁ ଟିକା ଦିଆଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ଡିଏଫଓ ଏଚ୍ ଡି ଧନରାଜ, ଉପଜିଲାପାଳ ଲଗ୍ନଜିତ ରାଉତ, ସିଡିଏମ୍ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.