Home ଓଡ଼ିଶା ଦିଆସିଲି କାଠିରେ ନିର୍ମିତ ଏକ ଟ୍ୟାଙ୍କ ମାଧ୍ୟମରେ ଆର୍ମି ଦିବସର ଶୁଭେଚ୍ଛା

ଦିଆସିଲି କାଠିରେ ନିର୍ମିତ ଏକ ଟ୍ୟାଙ୍କ ମାଧ୍ୟମରେ ଆର୍ମି ଦିବସର ଶୁଭେଚ୍ଛା

32

ପୁରୀ, ୧୫/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଜାତୀୟ ଆର୍ମି ଦିବସ। ଏହି ଉପଲକ୍ଷେ କୁମ୍ଭାରପଡ଼ାର ଶାଶ୍ୱତ ରଞ୍ଜନ ସାହୁ ଦିଆସିଲି କାଠିରେ କଳାକୃତି ନିର୍ମାଣ କରି ନିଆରା ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଦୁଇ ହଜାର ଦୁଇ ଶହ ଚଉବନ ଦିଆସିଲି କାଠିରେ ଏକ ଟ୍ୟାଙ୍କ ତିଆରି କରି ସେ ପୁରୀରୁ ଏହି ବାର୍ତ୍ତା ପଠାଇଛନ୍ତି। ସେ କହିଛନ୍ତି, ଦେଶର ସୁରେକ୍ଷା ନିମନ୍ତେ ସର୍ବଦା ପ୍ରହରୀ ଭାବେ ମୃତୟନ ଦେଶର ଯବାନ ପ୍ରାଣଙ୍କୁ ମଧ୍ୟ ବଳିଦାନ କରି ଦେଉଛନ୍ତି। ତେଣୁ, ଭାରତୀୟ ସେନାକୁ ଶୁଭେଚ୍ଛା ଜଣାଇ ଓ ସେମାନଙ୍କ ବଳିିଦାନକୁ ମନେ ପକାଇ ସେ ଏହି କଳାକୃତି କରିଛନ୍ତି। ୬ ଦିନ ଲାଗି ୯ଇଞ୍ଚ ଲମ୍ବ ଓ ୮ ଇଞ୍ଚ ପ୍ରସ୍ତ ଏହି ଟ୍ୟାଙ୍କ ନିର୍ମାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.