Home ଜିଲ୍ଲା ପରିକ୍ରମା ନୟାଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪ରେ ପହଂଚିଲା

ନୟାଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪ରେ ପହଂଚିଲା

51

ନୟାଗଡ଼, ୨୪ା୪ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ଚିନ୍ତାର କାରଣ ହୋଇଛି। ଦୈନିକ ଶତକମୁହାଁ ହେଉଥିବାବେଳେ ଶନିବାର ଶତକ ଟପିଛି। ଗତକାଲି ସୁଦ୍ଧା ୪୪୪ ଆକ୍ରାନ୍ତଙ୍କ ସଂଖ୍ୟା ଥିଲାବେଳେ ଶନିବାର ୧୧୦ ନୂଆ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୫୫୪ରେ ପହଂଚିଛି। ଗତ ଗୁରବାର ୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଗତକାଲି ୮୨ ଓ ଆଜି ଶନିବାର ଶତକ ଟପି ୧୧୦ ନୂଆ ଆକ୍ରାନ୍ତଙ୍କ ସନ୍ଧାନ ମିଳିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ବୁଦ୍ଧି ପାଉଥିବା ନେଇ ଖଣ୍ଡପଡ଼ା କୋଭିଡ କେୟାର ସେଂଟର କାର୍ଯ୍ୟକ୍ଷମ ହୋଇଥିବାବେଳେ ଚାନ୍ଦପୁର କୋଭିଡ୍ ହସ୍‌ପିଟାଲ କାର୍ଯ୍ୟକ୍ଷମ ହେବା ଜଣାପଡ଼ିଛି। ନୟାଗଡ଼ ମ୍ୟୁନିସିପାଲିଟିର ଜକ୍ସାଙ୍ଗିସାହିର ୱାର୍ଡ଼ ନଂ ୧୧ ଓ ସାହାରାଲେନ୍‌ର ୱାର୍ଡ଼ ନଂ ୨ ଏବଂ ନୟାଗଡ଼ ବ୍ଳକ ଗଦାଧରପ୍ରସାଦ ପଂଚାୟତର ଶୁକଳଗାଡ଼ିଆ ଓ ଗୋବିନ୍ଦପୁର ଗ୍ରାମକୁ ନୟାଗଡ଼ ତହସିଲଦାର ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ଏହିସବୁ ଅଂଚଳର କେତେକ ଲୋକେ ବାହାର ଲୋକଙ୍କ ସହିତ ମିଶି ସଂକ୍ରମିତ ହୋଇଥିବାେବେଳେ ଏହାକୁ ରୋକାଯିବା ଦିଗରେ ଏହିସବୁ ପଦକ୍ଷେପ ନିଆଯାଇଛି। ମାସ୍କ, ସାମାଜିକ ଦୂରତ୍ୱ ସହ ହାତ ବାରମ୍ବାର ସଫା କରିବାକୁ ସଚେତନ ଥିବାବେଳେ ବାଉଣ୍ଡରି ଦ୍ନାରା ଆବଦ୍ଧ କରାଯାଇ ସାନିଟାଇଜେସନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କଟକଣା ଶନିବାର ସକାଳ ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମାସ୍କ ପିନ୍ଧିନଥିବା ୭୫୫ଜଣ ଅମାନିଆଙ୍କ ଠାରୁ ୫ ଦିନରେ ୧ଲକ୍ଷ ୮୭ ହଜାର ୫୦ ଟଙ୍କା ଆଦାୟ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.