Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁର ରେ ଗଡିବନି ରଥ ମନ୍ଦିର ପରିସର ରେ ହେବ ନିତିକାନ୍ତି

ନୟାଗଡ ଜିଲ୍ଲା ରଣପୁର ରେ ଗଡିବନି ରଥ ମନ୍ଦିର ପରିସର ରେ ହେବ ନିତିକାନ୍ତି

136

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୨/୦୬-ରାଜା ରାଜୁଡା ଅମଳରୁ ନୟାଗଡ ଜିଲ୍ଲା ରଣପୁର ରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ପୁରୀ ଶ୍ରୀମନ୍ଦିର ଭଳି ରଣପୁର ଜଗନ୍ନାଥ ମନ୍ଦିର ରେ ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିଲା । ଯାହାକୁ ନେଇ ରଣପୁରବାସୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ର ସ୍ୱପ୍ନ ଦେଖି ଆସୁଥିଲେ ଦାବି ମଧ୍ୟ କରୁଥିଲେ । କିନ୍ତୁ ସବୁ ସ୍ୱପ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶ୍ରୀକ୍ଷେତ୍ର ରେ ରଥଯାତ୍ରା ହୋଇ ରଥ ଗଡିବା ସୁପ୍ରିମ୍ କୋର୍ଟ ନିଷ୍ପତି ନେଇଥିବା ବେଳେ ରଣପୁର ରେ ଗଡିବନି ରଥ ମନ୍ଦିର ପରିସର ରେ ହେବ ନିତିକାନ୍ତି । ରଥଯାତ୍ରା ରେ ଶ୍ରୀଜୀୟୁମାନେ ରତ୍ନ ବେଦୀରୁ ଜନ୍ମ ବେଦୀକୁ ରଥାରୁଢ ହୋଇ ରଥରେ ବିଜେ କରିଥାନ୍ତି । ସାଧାରଣତଃ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ମନାଥିବା ଶ୍ରଦ୍ଧାଳୁ ଜଗନ୍ନାଥ ପ୍ରେମୀମାନେ ରଥରେ ଦର୍ଶନ କରିଥାନ୍ତି । କିନ୍ତୁ କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଶ୍ରୀଜୀୟୁମାନେ ରଥାରୁଢ ହେବେନି କି ଗଡିବନି ରଥ । ମନ୍ଦିର ପରିସର ରେ ଅସ୍ଥାୟୀ ଜନ୍ମ ବେଦୀ ଅର୍ଥାତ ମାଉସୀ ମା ମନ୍ଦିର କୁ ଠାକୁର ବିଜେ କରିବେ । ଦର୍ଶକ ମାନଙ୍କୁ ମନ୍ଦିର ପରିସରକୁ ଯାଇ ଦର୍ଶନ କରିବାକୁ ବାରଣଅଛି ।

ଏ ସମ୍ପର୍କେ ରଣପୁର ଜଗନ୍ନାଥ ମନ୍ଦିର ଦେବୋତ୍ତର ଅଧିକାରୀ ତଥା ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ପ୍ରଶାସନିକ ନିଷ୍ପତି ଅନୁଯାୟୀ ଶ୍ରୀମନ୍ଦିର ପରିସରରେ ସମସ୍ତ ନିତିକାନ୍ତି ହେବ କିନ୍ତୁ ଠାକୁର ରଥାରୁଢ ହେବେନି କି ଗଡିବନି ରଥ । ଏ ସମ୍ପର୍କେ ରଣପୁର ରାଜା ଦିଲୀପ୍ ଚନ୍ଦ୍ର ସିଂ ଦେଓଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ତହସିଲ୍‌ଦାର ଏ ପର୍ଯ୍ୟନ୍ତ ମୋତେ କିଛି ଜଣାଇ ନାହାନ୍ତି କି ଛେରା ପହଁରା କରିବା ପାଇଁ କହି ନାହାନ୍ତି । ଏ ସମ୍ପର୍କେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମୁଁ ନୟାଗଡ ଜିଲ୍ଲାପାଳଙ୍କ ସହ କଥା ହୋଇଥିଲି ସେ କହିଲେ ଯେ ରାଜ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଧେଶ ଦେଇଛନ୍ତି ପୁରୀ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସିଠାରେ ଗଡିବନି ରଥ କି ଠାକୁର ହେବେନି ରଥାରୁଢ । କିନ୍ତୁ ରଣପୁର ଶ୍ରୀ ମନ୍ଦିର ଭିତରେ ହୋଇଥିବା ନିତିକାନ୍ତିକୁ ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିର ପରିସରକୁ ଯାଇ ଦର୍ଶନ କରିପାରିବେନି ସେଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.