Home ଓଡ଼ିଶା କରୋନା ଆକ୍ରାନ୍ତରେ ପୁଣି ୬, ନୟାଗଡ଼ର ସବୁ ସୁନା ଦୋକାନ ୭ଦିନିଆ ସଟ୍‌ଡାଉନ୍‌

କରୋନା ଆକ୍ରାନ୍ତରେ ପୁଣି ୬, ନୟାଗଡ଼ର ସବୁ ସୁନା ଦୋକାନ ୭ଦିନିଆ ସଟ୍‌ଡାଉନ୍‌

231

ନୟାଗଡ଼, ୨୨ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା ଦିନକୁ ଦିନ ତା’ର କାୟା ବିସ୍ତାର କରି ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ଅପରାହ୍ନ ୪ଟା ସୁଦ୍ଧା ୧୩୩କୁ ବୃଦ୍ଧି ପାଇଛି। ଗତ ୧୯ ତାରିଖରେ ନୟାଗଡ଼ ଦେବୋତ୍ତର କଲୋନି ଚତୁର୍ଥ ଗଳିର ବାସିନ୍ଦା ତଥା ନୟାଗଡ଼ର ବିଶିଷ୍ଟ ସୁନା ବ୍ୟବସାୟୀ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିବାବେଳେ ତାଙ୍କ ପରିବାରରୁ ଗତକାଲି ୬ଜଣ ଓ ତାଙ୍କ ସଂଷ୍ପର୍ଶରେ ଆସିଥିବା ଜଣେ ପୁଲିସ କରୋନା ଚିହ୍ନଟ ହୋଇଥିଲେ। ତେବେ ଗତକାଲି ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୧୨୭ ଥିଲାବେଳେ ଆଜି ପୁଣି ୬ଜଣଙ୍କୁ କରୋନା ସଂକ୍ରମଣ ଥିବା ଚିହ୍ନଟ କରାଯାଇଛି। ଯାହାକି ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଂଚିଛି। ସୁନା ବ୍ୟବସାୟୀ ଜଣଙ୍କ ସଂଷ୍ପର୍ଶରେ ଅନେକ ଲୋକ ଆସିଥିବା ନେଇ ନୟାଗଡ଼ ସହରରେ ହଟଚମଟ ଦେଖାଦେଇଥିବାବେଳେ ୧୫୦ ରୁ ଉର୍ଦ୍ଧ୍ୱ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଛି। ନୟାଗଡ଼ ବଜାରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନାରେ ନୟାଗଡ଼ର ଦେବୋତ୍ତର କଲୋନୀର ୪ର୍ଥ ଗଳି ଓ ନୟାଗଡ଼ ବଜାରକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିବାକୁ ଦାବି ହେଉଥିବାବେଳେ ନୟାଗଡ଼ ବଜାରର ୨୨ଟି ସୁନା ଦୋକାନକୁ ଜିଲାପାଳ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୋକାନଗୁଡ଼ିକୁ ବିଶୋଧନ କରିବା ପାଇଁ ମଧ୍ୟ କୁହାଯାଇଛି ା ସଟ୍‌ଡାଉନ ହୋଇଥିବା ସୁନା ଦୋକାନ ଗୁଡ଼ିକ ହେଲା ଶ୍ରୀ ମହାଲକ୍ଷ୍ମୀ ଅଳଂକାର, ଭାଇଭାଇ ଜୁଏଲାରୀ, ପୃଷ୍ଟି ଜୁଏଲାରୀ, ଜୟନ୍ତୀ ଅଳଂକାର, ପାତ୍ର ଜୁଏଲାରୀ, ସୁବୁଦ୍ଧି ଜୁଏଲାରୀ, ନୟାଗଡ଼ ଅଳଂକାର, ରାଧାକୃଷ୍ଣ ଜୁଏଲାରୀ, ତାରିଣୀ ୱାର୍କସପ୍‌େ, ଜ୍ୟୋତି ରେଲିଙ୍ଗ୍ ସିଲଭର୍, ମା ମଙ୍ଗଳା ଜୁଏଲାରୀ ୱାର୍କସପ୍‌, ଶ୍ରୀହରି ଅଂଳକାର, ସାଥୀ ଜୁଏଲାରୀ ୱାର୍କସପ୍‌, ତାରିଣୀ ଜୁଏଲାରୀ ୱାର୍କସପ୍‌, ସାଇ ଜୁଏଲାରୀ ୱାର୍କସପ୍‌, କୋଣାର୍କ ଅଳଙ୍କାର ଆଣ୍ଡ ୱାର୍କସପ୍‌, ଅନ୍ନପୂର୍ଣ୍ଣା ଜୁଏଲାରୀ ୱାର୍କସପ୍‌, ନାରାୟଣୀ ଜୁଏଲାରୀ ୱାର୍କସପ୍‌, ଶୁଭଲକ୍ଷ୍ମୀ ଜୁଏଲାରୀ, ମହାବୀର ଜୁଏଲାରୀ ଓ ଭବାନୀ ଜୁଏଲାରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.