Home ଓଡ଼ିଶା  ବ୍ରଜରାଜପୁରରେ ଗ୍ରାମାଞ୍ଚଳ ରାତ୍ରିକାଳୀନ ଭଲିଖେଳରେ ବାମଡା ବିଜୟୀ

 ବ୍ରଜରାଜପୁରରେ ଗ୍ରାମାଞ୍ଚଳ ରାତ୍ରିକାଳୀନ ଭଲିଖେଳରେ ବାମଡା ବିଜୟୀ

58

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୧- ନୟାଗଡ ଜିଲ୍ଲା ରଣପୁର ବ୍ଲକ ବ୍ରଜରାଜପୁର ଗ୍ରାମପଞ୍ଚାୟତ ବ୍ରଜରାଜପୁର ଠାରେ ଗତ ଜାନୁଆରୀ ୭ ତାରିଖ ରାତ୍ରିରେ ବାବା ଟାଙ୍ଗୀ ମହେଶ୍ୱର କ୍ଲବ ଆନୁକୁଲ୍ୟରେ ୮ ଗୋଟି ଦଳ କୁ ନେଇ ରାତ୍ରିକାଳୀନ ଭଲିଖେଳ ଅନୁଷ୍ଠିତ ହୋଇଥିଲା । ଭାଗ ନେଇଥିବା ଗ୍ରାମ ଗୁଡିକ ହେଉଛି ବ୍ରଜରାଜପୁର , ଲେଖନପୁର , ବାମଡା , ଛିମା , ବାଣିକିଲୋ , ରଣପୁର , ନରସିଂହପୁର   ଓ ଗୋଳାପୋଖରୀ ।

ପ୍ରଥମ ଖେଳ ଛିମା  ଓ ବାଣିକିଲୋ  ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଶେଷ ଖେଳ  ରଣପୁର ଓ ବାମଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାମଡା ଦଳ ବିଜୟ ଲାଭ କରିଥିଲେ । ବିଜୟୀ ବାମଡା ଦଳକୁ ଟ୍ରଫି ସହ ୨ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ରନର୍ସ ରଣପୁର ଦଳ କୁ ଟ୍ରଫି ସହ ୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ସମ୍ମାନୀତ ଅତିଥି ଭାବେ ପୁର୍ବତନ ରଣପୁର ବ୍ଲକ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । ମହେଶ କୁମାର ପଟ୍ଟାନାୟକ ସଂଯୋଜକ ଭାବେ ଖେଳ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.