Home ଓଡ଼ିଶା ନୟାଗଡ ଏନ୍.ଏ.ସି. ରେ ବୁଲା କୁକୁରଙ୍କ ଆତଙ୍କ

ନୟାଗଡ ଏନ୍.ଏ.ସି. ରେ ବୁଲା କୁକୁରଙ୍କ ଆତଙ୍କ

74

ନୟାଗଡ(୮/୧୧) (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ).ଓଡିଶାର ନୟାଗଡ ଜିଲ୍ଲା ନୟାଗଡ ଏନ୍.ଏ.ସି. ରେ କିଛି ଦିନ ହେଲା ବୁଲା କୁକୁରଙ୍କ ଆତଙ୍କରାଜ ବଢିବାରେ ଲାଗିଛି। ସ୍କୁଲ ଛାତ୍ର ଛାତ୍ରୀ ଓ ବୁଢାବୁଢୀମାନେ ରାସ୍ତାରେ ଏକୁଟିଆ ଚାଲିକରି ଯିବାକୁ ଭୟ କରୁଛନ୍ତି। ମୁଖ୍ୟ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ମୃତ ଗୋମାତାଙ୍କ ଶବକୁ ବୁଲା କୁକୁର ଝୁଣି ଖାଇବା ଘଟଣା ଦ୍ୱାରା ଲୋକଙ୍କ ମନରେ ବହୁ ଦୁଃଖ ଜାତ ହେଉଛି। ନୟାଗଡ ଏନ୍.ଏ.ସି. କର୍ତୁପକ୍ଷ ରାସ୍ତାରେ ଦୁର୍ଘଟଣା ହୋଇ ମରିପଡୁଥିବା ଗାଈଗୋରୁମାନଙ୍କୁ ଉଚିତ ସ୍ଥାନରେ ସତ୍କାର କରିବା ଆବଶ୍ୟକ ହୋଇପଡିଛି। ଏବଂ ବୁଲା କୁକୁରଙ୍କ ସଂଖ୍ୟା କମାଇବା ପାଇଁ ଏନ୍.ଏ.ସି. ବାସିଙ୍କ ତରଫରୁ ଏନ୍.ଏ.ସି. କର୍ତୁପକ୍ଷଙ୍କୁ ନିବେଦନ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.