Home ଓଡ଼ିଶା ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବିଚାରପତି ଭାବେ ବିଭୁପ୍ରସାଦ ରାଉତରାୟଙ୍କୁ ମିଳିଲା ନିଯୁକ୍ତି

ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବିଚାରପତି ଭାବେ ବିଭୁପ୍ରସାଦ ରାଉତରାୟଙ୍କୁ ମିଳିଲା ନିଯୁକ୍ତି

237

କଟକା୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଅପରାହ୍ନରେ ବିଭୁପ୍ରସାଦ ରାଉତରାୟ ହାଇକୋର୍ଟ ବିଚାରପତି ଭାବେ ଶପଥ ନେବେ । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ. ଝାଭେରୀ ତାଙ୍କୁ ଶପଥପାଠ କରାଇବେ। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଓ ଆଇନ ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ରାଷ୍ଟ୍ରପତି ଭବନରୁ ଗୁରୁବାର ବିଚାର ବିଭାଗୀୟ ଅଧିକାରୀ ବିଭୁପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୦୧୯, ମେ’ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ସେହିଭଳି ବିଚାର ବିଭାଗୀୟ ଅଧିକାରୀ ବିଭୁ ପ୍ରସାଦ ରାଉତରାୟ, ସତ୍ୟନାରାୟଣ ମିଶ୍ର, ଗୌତମ ଶର୍ମା ଓ ବିରଞ୍ଚିନାରାୟଣ ମହାନ୍ତିଙ୍କ ନାଁ ହାଇକୋର୍ଟର ବିଚାରପତି ପଦ ପାଇଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଗତ ମେ’ ୭ରେ ସୁପାରିସ କରିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ୍ ଏସ୍.ଏ.ବୋବ୍‌ଡେ ଓ ଜଷ୍ଟିସ ଏନ୍‌.ଭି.ରମନ୍ନାଙ୍କୁ ନେଇ ଗଠିତ କଲେଜିୟମ ବିଚାରପତି ଭାବେ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ରାଉତରାୟ ଓ ଆଇନଜୀବୀ ଶ୍ରୀ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦେଵା ପାଇଁ ଗତ ଅକ୍ଟୋବର ୩ ତାରିଖରେ ସୁପାରିସ କରିଥିଲେ। ତେବେ ଶ୍ରୀ ରାଉତରାୟ ପ୍ରଥମେ ନବରଙ୍ଗପୁର ଜିଲା ଦୌରାଜଜ ଭାବେ ନିଯୁକ୍ତି ପାଇଥିବାବେଳେ ଏବେ ବ୍ରହ୍ମପୁର ଜିଲା ଦୌରାଜଜ୍ ରୂପେ କାର‌୍ୟ୍ୟରତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.