Home ଓଡ଼ିଶା ସମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍’ ପ୍ରଭାବରୁ ଉପକୂଳ ଜିଲ୍ଲାରେ ଆରମ୍ଭ ହେଲା ବର୍ଷା

ସମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍’ ପ୍ରଭାବରୁ ଉପକୂଳ ଜିଲ୍ଲାରେ ଆରମ୍ଭ ହେଲା ବର୍ଷା

198

ଭୁବନେଶ୍ୱର୮।।୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ବାତ୍ୟା ‘ବୁଲ୍ ବୁଲ୍‌’ପ୍ରଭାବରେ କୋହଲା ପାଗ ସହିତ ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ବର୍ଷା ଆରମ୍ଭ ହେବା ଦେଖିବାକୁ ମିଳିଛି। ସାମୁଦ୍ରିକ ବାତ୍ୟା ‘ବୁଲ୍ ବୁଲ୍‌’ ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବରେ ୪୫୦ କିଲୋମିଟର ଦୂରରେ ରହିଛି ଏହାର ପ୍ରଭାବରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା ‘ବୁଲ୍ବୁଲ୍’ ପଶ୍ଚିମବଙ୍ଗ ମୁହାଁ ହୋଇଛି। ଗତ ୬ ଘଂଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି। ଶନିବାରଠାରୁ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଜଗତସିଂହପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଭୀଷଣ ବର୍ଷାର ସମ୍ଭାବନା ଥିବାରୁ ୮ ଓ ୯ ତାରିଖ ଦୁଇ ଦିନ ପୁରୀ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ୯ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୁରଭଞ୍ଜ ଆଦି ୬ଟି ଜିଲ୍ଲାରେ ସ୍କୁଲ୍, କଲେଜ ବନ୍ଦ ରଖାଯିବ। ବର୍ଷା ଓ ପବନର ଗତିକୁ ଲକ୍ଷ୍ୟ କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ୮ ତାରିଖ ଦିନ ସ୍କୁଲ୍ ବନ୍ଦ ରଖିବା ବିଷୟରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.