Home କୋରାପୁଟ ନେରେଡିବାଲସାର ନିସହାୟ ମହିଳାଙ୍କୁ ଆର୍ଥିକ ସହାୟତା

ନେରେଡିବାଲସାର ନିସହାୟ ମହିଳାଙ୍କୁ ଆର୍ଥିକ ସହାୟତା

67

କୋରାପୁଟ ୦୫-୦୯(ଓଡିଆ ପୁଅ /ରଂଜନ ଦାସ) ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ପଂଚାୟତ  ନେରେଡିବାଲସା ଗ୍ରାମର  ଏକ ନିସହାୟ ପରିବାରକୁ  ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ସୁପାରିସ କରାଯାଇଛି ।  ନେରେଡିବାଲସା ଗ୍ରାମର ହନ୍ତାଳ ପାତିନାଙ୍କ ଘର ଉପରେ ଗଛ ପଡି ଯିବାରୁ ଘରଟି  ସମ୍ପୂର୍ଣ ଭାଙ୍ଗି ଯାଇଥିଲା । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାରଙ୍କ ନିର୍ଦ୍ଦେଶରେ  ରେଡକ୍ରସ ପାଣ୍ଠିରୁ  ହନ୍ତାଳ ପାତିନାଙ୍କ ସ୍ତ୍ରୀ ହନ୍ତାଳ ଇରାମାକୁ ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ  ନେରେଡିବାଲସା ଗସ୍ତ କରି ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିପରି  ଇରାମାକୁ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ  ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.