Home କୋରାପୁଟ ପଣସପୁଟ ଗ୍ରାମରେ ଅବକାରୀ ଚଢାଉରେ ପୋଚ ଓ ମଦ ଜବତ

ପଣସପୁଟ ଗ୍ରାମରେ ଅବକାରୀ ଚଢାଉରେ ପୋଚ ଓ ମଦ ଜବତ

44

କୋରାପୁଟ ୦୫-୦୯(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ଟାଉନଥାନା  ଅନ୍ତର୍ଗତ ପଣସପୁଟ  ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଛି । ପଣସପୁଟରେ  ବ୍ୟାପକ ଚେରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠିଙ୍କ  ନିର୍ଦ୍ଦେଶରେ ବିଭାଗ  ଚଢାଉ କରିଥିଲା । ଚଢାଉବେଳେ ପଣସପୁଟ ପାହାଡ ନିକଟ ନାଳରୁ ଅବକାରୀ ଟିମ ୪୫୦ ଲିଟର ପୋଚ ଓ ୨୨ ଲିଟର ଦେଶୀ ରନ୍ଧାମଦ  ଜବତ କରି ନଷ୍ଟ କରିଥିବା ଜଣାପଡିଛି । ତେବେ ଚୋରା ମଦ ବେପାରୀ ଘଟଣା ସ୍ଥଳରୁ ଫେରାର୍ ହୋଇଥିବା  ସୂଚନା ମିଳିଛି । ଅବକାରୀ ସଦର ଓଆଇସି ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ୱରେ ହୋଇଥିବା ଚଢାଉରେ  ଏଏସଆଇ ଅରପଲୋକ ଦାଶ,କନେଷ୍ଟବଲ ତ୍ରିଲୋଚନ ରାୟଚେଟ୍ଟୀ, ଉମର ଫାରୁକ ,ଆଲୋକ ଦାସ  ପ୍ରମୁଖ ସାମିଲ ହୋଇଥିଲେ । ଅବକାରୀ ସଦର ଥାନାରେ ଓଆଇସି ଦିଲୀପ କୁମାର ରଥ ଏକ ମାମଲା ରୁଜୁ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.