କୋରାପୁଟ ୦୫-୦୯(ଓଡିଆ ପୁଅ /ରଂଜନ ଦାସ) ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ପଂଚାୟତ ନେରେଡିବାଲସା ଗ୍ରାମର ଏକ ନିସହାୟ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାକୁ ସୁପାରିସ କରାଯାଇଛି । ନେରେଡିବାଲସା ଗ୍ରାମର ହନ୍ତାଳ ପାତିନାଙ୍କ ଘର ଉପରେ ଗଛ ପଡି ଯିବାରୁ ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଥିଲା । ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତାରଙ୍କ ନିର୍ଦ୍ଦେଶରେ ରେଡକ୍ରସ ପାଣ୍ଠିରୁ ହନ୍ତାଳ ପାତିନାଙ୍କ ସ୍ତ୍ରୀ ହନ୍ତାଳ ଇରାମାକୁ ପଟ୍ଟାଙ୍ଗୀ ତହସିଲଦାର ହରିପଦ ମଣ୍ଡଳ ନେରେଡିବାଲସା ଗସ୍ତ କରି ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେହିପରି ଇରାମାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ ଜିଲ୍ଲାପାଳ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।