Home ଓଡ଼ିଶା ସଂସଦରେ ମହିଳା ବିଲ୍‌କୁ ପାରିତ କରିବାକୁ ବିଜେଡି ଉଦ୍ୟମ କରୁ – ନିରଞ୍ଜନ ପଟ୍ଟନାୟକ

ସଂସଦରେ ମହିଳା ବିଲ୍‌କୁ ପାରିତ କରିବାକୁ ବିଜେଡି ଉଦ୍ୟମ କରୁ – ନିରଞ୍ଜନ ପଟ୍ଟନାୟକ

45

ଭୁବନେଶ୍ୱର ୭.୩ (ଓଡ଼ିଆ ପୁଅ) – ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି। ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ପ୍ରଭୃତି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଛି ଏବଂ ଗାଁକୁ କାମ- ମା’କୁ ସମ୍ମାନର ନାରା ଦେଇ ଚାଲିଛି। କେନ୍ଦ୍ର ବିଜେପି ସରକାରଙ୍କୁ ସବୁ କ୍ଷେତ୍ରରେ ବିଜେଡି ଦଳ ସଂସଦରେ ସମର୍ଥନ କରି ଆସିଛି। ରାଜ୍ୟ ସରକାରଙ୍କର ଯଦି ଓଡିଶାର ମା’ଭଉଣୀଙ୍କ ପ୍ରତି ପ୍ରକୃତରେ ଦରଦ ଓ ଆନ୍ତରିକତା ଥାଏ ତେବେ ବିଜେଡି ଦଳ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.