Home ଜିଲ୍ଲା ପରିକ୍ରମା ନେତାଜୀ ଜୟନ୍ତୀ ଅବସରରେ ବ୍ଲକସ୍ତରୀୟ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା

ନେତାଜୀ ଜୟନ୍ତୀ ଅବସରରେ ବ୍ଲକସ୍ତରୀୟ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା

25

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ସିନ୍ଦୋଳ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ପରିସରରେ ଏକ ବ୍ଲକସ୍ତରୀୟ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ସାରା ଓଡ଼ିଶା ନେତାଜୀ ସୁବାଷ ୧୨୫ତମ ଜୟନ୍ତୀ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ୨୮ ଜଣ ଓ ବକ୍ତୃତା ପ୍ରତିଯୋଗିତାରେ ୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। କୁଇଜ୍ ପ୍ରତିଯୋଗିତାରେ ସିନ୍ଦୋଳ ଉଚ୍ଚ ବିଦ୍ୟାପୀଠର ଛାତ୍ର ନିତିଶ କୁମାର ଜେନା ପ୍ରଥମ ହୋଇଥିବା ବେଳେ ଦିବ୍ୟଭୂମିର ଛାତ୍ର ହିତିଷ ସାହୁ ଦ୍ୱିତୀୟ ଓ ସୟା ହାଇସ୍କୁଲର ଛାତ୍ର ଉଦିତ ନାରାୟଣ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବକ୍ତୃତା ପ୍ରତିଯୋଗିତାରେ କୋହ୍ଲ ହାଇସ୍କୁଲର ଛାତ୍ରୀ ଲିପ୍‌ସାରାଣୀ ସାମଲ ପ୍ରଥମ ହୋଇଥିବା ବେଳେ ଏପିଏପିଏସ ହାଇସ୍କୁଲ କମାରିଆର ଛାତ୍ରୀ ଆଦ୍ୟାଶା ଦାସ ଦ୍ୱିତୀୟ ଏବଂ ଅର୍ପିତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବେ ବରିଷ୍ଠ କଥାକାର ଉମାକାନ୍ତ ମିଶ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ ନିରଂଜନ ନାୟକ, ସାହିତ୍ୟିକ ବିଭୂତି ଭୂଷଣ ସେନାପତି ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ। ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ବାଲିମୁଣ୍ଡା କଲେଜ ଅଧ୍ୟକ୍ଷ ବସନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଜୟନ୍ତୀ କମିଟିର ଆବାହକ ସାହିତ୍ୟିକ ମଦନ ମୋହନ ମହାକୁଡ ଯୋଗ ଦେଇ ନେତାଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ନିର୍ମଳ ଚନ୍ଦ୍ର ସେନାପତି, ମଥୁରା ମୋହନ ବେହେରା, ରବିକୁମାର ମହାନ୍ତି, ଆଶୁତୋଷ କରଣ, ପାର୍ଥସାରଥୀ ନାୟକ, ନିତ୍ୟାନନ୍ଦ ମଲ୍ଲିକ, ବିଷ୍ଣୁମୋହନ ନାୟକ, ଜୟନ୍ତ କୁମାର ମହାନ୍ତି, ସୁରେଶ ଚନ୍ଦ୍ର ମହାକୁଡ଼, ସନ୍ତୋଷ ପାଣିଗ୍ରାହୀ, ଲଲାଟେନ୍ଦୁ ମହାପାତ୍ର, ରତ୍ନାକର ପରିଡ଼ା, ପ୍ରଶାନ୍ତ କୁମାର ମିଶ୍ର, ନୃସିଂହ ଚରଣ ପଣ୍ଡା, ସୁବାସ ଚନ୍ଦ୍ର ଦାସ, ଭାଗିରଥି ବେହେରା, ଅଭୟ ସେନାପତି, ବାଇଧର ଜେନା, ବୈକୁଣ୍ଠ ନାଥ ନାୟକ, ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.