Home ଜିଲ୍ଲା ପରିକ୍ରମା ନୂତନ ୫ କରୋନା ରୋଗୀ ଚିହ୍ନଟ : ଭଦ୍ରକ ଓ ଧାମନଗର ପୌରପାଳିକା ଲକ୍‌ଡାଉନ ଘୋଷିତ...

ନୂତନ ୫ କରୋନା ରୋଗୀ ଚିହ୍ନଟ : ଭଦ୍ରକ ଓ ଧାମନଗର ପୌରପାଳିକା ଲକ୍‌ଡାଉନ ଘୋଷିତ : ସକାଳ ୫ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର

193

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୃତ ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଭଦ୍ରକ ପୌରପାଳିକା ଓ ଧାମନଗର ଏନ୍‌ଏସିକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ଲକ୍‌ଡାଉନ ଅବସରରେ ସପ୍ତାହର ୫ ଦିନ ସକାଳ ୫ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଭଦ୍ରକ ଜିଲ୍ଲାରେ ପୁଣି ନୂତନ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ସେହିଭଳି ସୁସ୍ଥ ହୋଇଥିବା ୫ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା ୨୯୬ରେ ରହିଛି। ଆକ୍ଟିଭ କେଶ ଭାବେ ଏବେ ୨୬ ରହିଛି। ଜିଲ୍ଲାରୁ ମୋଟ ୧୩ ହଜାର ୭୧୮ ନମୁନା ପରୀକ୍ଷା ସରିଛି। ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବାସୁଦେବପୁର ଇରମ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ କ୍ୱାରେଣ୍ଟାଇନ ସେଣ୍ଟରର, ଜଣେ ବାସୁଦେବପୁର ସୁଦର୍ଶନପୁର ଟିଏମ୍‌ସିର, ଜଣେ ଧାମନଗର ବ୍ଲକ କୋଠାର କଲେଜ ଟିଏମ୍‌ସିର, ଜଣେ ଭଣ୍ଡାରିପୋଖରୀ ବ୍ଲକ ଚିଙ୍ଗୁଡିପୁର ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଟିଏମ୍‌ସିର ଏବଂ ଜଣେ ଭଦ୍ରକ ବ୍ଲକର ପ୍ରାଚୀନଗରର ବୋଲି ଜଣା ଯାଇଛି। ଭଦ୍ରକ ବ୍ଲକର ସାମରାଇପୁର ଗ୍ରାମର ପ୍ରାଚୀନଗରକୁ କଣ୍ଟେନମେଣ୍ଟଜୋନ ଓ ଗେଲପୁର ପଞ୍ଚାୟତ ବଫରଜୋନ ଭାବେ କଟକଣା ପରିସରଭୁକ୍ତ କରାଯାଇଛି। ସେହିଭଳି ବାସୁଦେବପୁର ବ୍ଲକର ସୁଦର୍ଶନପୁର ଗ୍ରାମ ସ୍ଥିତ ଜୁଲିଆ ହାଇସ୍କୁଲ କଣ୍ଟେନମେଣ୍ଟଜୋନ ଓ ସୁଦର୍ଶନପୁର ପଞ୍ଚାୟତ ବଫରଜୋନ, ଧାମନଗର ବ୍ଲକର କୋଠାର କଲେଜ କଣ୍ଟେନମେଣ୍ଟଜୋନ ଓ କୋଠାର ପଞ୍ଚାୟତ ବଫରଜୋନ ହୋଇଛି।

ଅନ୍ୟପକ୍ଷରେ ଭଦ୍ରକ ବ୍ଲକର ଇଚ୍ଛାପୁର ସ୍ଥିତ ବ୍ରହ୍ମପୁର ହାଇସ୍କୁଲ, ଚଣ୍ଡିଗାଁ ହାଇସ୍କୁଲ, ଧାମନଗର ବ୍ଲକର ବିରୁଆଁ ସ୍ଥିତ ଜନତା ସରକାରୀ ହାଇସ୍କୁଲରୁ କଣ୍ଟେନମେଣ୍ଟ ଜୋନ କଟକଣା ପ୍ରତ୍ୟାହାର ହୋଇଥିବା ବେଳେ ଭଦ୍ରକ ବ୍ଲକର ବ୍ରହ୍ମପୁର ଓ ଚଣ୍ଡିଗାଁ ପଞ୍ଚାୟତ ଏବଂ ଧାମନଗର ବ୍ଲକର ଦଳାଙ୍ଗ ପଞ୍ଚାୟତରୁ ବଫରଜୋନ କଟକଣା ପ୍ରତ୍ୟାହାର କରାଯାଇଛି। ଏହି ଦୃତ ସଂକ୍ରମଣକୁ ଲକ୍ଷ୍ୟକରି ଜିଲ୍ଲାପାଳ ଡଃ ଜ୍ଞାନ ଦାସ ଭଦ୍ରକ ପୌରପାଳିକା, ଭଦ୍ରକ ବ୍ଲକର ଗେଲପୁର ଓ ସାମରାଇପୁର ଆରଡି ଛକ ଅଞ୍ଚଳ, ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହି ଅଞ୍ଚଳମାନଙ୍କରେ କେବଳ ସକାଳ ୫ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଥିବା ବେଳେ ଦିନ ୨ଟା ଠାରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଏହି କର୍ଫ୍ୟୁ ସମୟରେ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ ବାଇକ୍ ଧରି ବୁଲିଲେ ୧ ହଜାର ଟଙ୍କା ଜରିମାନା ଏବଂ ଚାରି ଚକିଆ ଧରି ବୁଲୁଥିବାର ଧରା ପଡିଲେ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ ସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ଔଷଧ ଦୋକାନ ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି। ଅନ୍ୟ ପକ୍ଷରେ ଗ୍ରୋସରୀ, କ୍ଷୀର, ଖାଦ୍ୟ ସାମଗ୍ରୀ ପରିବା ଆଦିର ହୋମ୍ ଡେଲିଭରି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.