Home ଓଡ଼ିଶା ନୂତନ ବ୍ଲକ ଓ ତହସିଲ ଅଫିସ ପ୍ରତିଷ୍ଟା ପାଇଁ ଦାବିକଲେ ସ୍ୱାଭିମାନ ଅଚଂଳବାସୀ

ନୂତନ ବ୍ଲକ ଓ ତହସିଲ ଅଫିସ ପ୍ରତିଷ୍ଟା ପାଇଁ ଦାବିକଲେ ସ୍ୱାଭିମାନ ଅଚଂଳବାସୀ

43

ମାଲକାନଗିରି,୨୬ ।୬ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳର ଜୋଡାମ୍ବ ପଚାଂୟତରେ ନୂତନ ବ୍ଲକ ଓ ତହସିଲ ଅଫିସ ପ୍ରତିଷ୍ଟା ପାଇଁ ଦାବିକରିଛନ୍ତି ସ୍ୱାଭିମାନ ଅଂଚଂଳର ଅପହଁଚ ଇଲାକାର ଗ୍ରାମବାସୀ ମାନେ । ସ୍ୱାଭିମାନ ଅଚଂଳରେ ଗୁରୁପ୍ରିୟା ସେତୁ ହେବାପରେ କିଛ ପଚାଂୟତ ଓ କିଛି ଗ୍ରାମ ଉପକୃତ ହୋଇଥିବା ବେଲେ ଅନେକ ଗ୍ରାମ ଏବେ ବି ଅପହଁଚ ହୋଇରହିଛି, ଜୋଡାମ୍ବ,ପଣସପୁଟ,ଯନ୍ତ୍ରୀ ପଚାଂୟତ ବାସୀ ଚିତ୍ରକୋଣ୍ଡା ବ୍ଲକ କିମ୍ବା ତହସିଲ ଅଫିସକୁ ଆସିବାକୁ ହେଲେ ଦୁଇଦିନ ଲାଗିଯାଇଥାଏ । ବ୍ଲକ ହେର୍ଡକ୍ୱାଟରରୁ ଯନ୍ତ୍ରୀପଚାଂୟତ ୮୦ କିଲୋମିଟର,ପଣସପୁଟ ପଚାଂୟତ ୬୦ କିଲୋମିଟର,ଗାଜଲମାମୁଡି ପଚାଂୟତ୬୫ କିଲୋମିଟର,ଅଣ୍ଡ୍ରାପାଲି ପଚାଂୟତ ୬୦ କିଲୋମିଟର ରାସ୍ତା ପାହଡ ଘାଟି ଘଚଂଜଙ୍ଗଲ ଅତିକ୍ରମକରିବାକୁ ପଡିଥାଏ । ଏପରି କି ଯନ୍ତ୍ରୀ ପଚାଂୟତର ବାସୀମାନେ ଜଳଭଣ୍ଡାର କିମ୍ବା ହନ୍ତାଳଗୁଡା,ଧୂଳିପୁଟ ଘାଟି ଆନ୍ଦ୍ରପ୍ରଦେଶ ରାସ୍ତାଦେଇ ଚିତ୍ରକୋଣ୍ଡା ବ୍ଲକ ଅଫିସକୁ ଆସିଥାନ୍ତି । ଏହି ସବୁ ଅସୁବିଦା ଥିବାରୁ ଜୋଡାମ୍ବ ପଚାଂୟତରେ ନୂତନ ଭାବେ ବ୍ଲକ ଓ ତହସିଲ ଅଫିସ ପ୍ରତିଷ୍ଟା କରିବା ପାଇଁ ସ୍ୱାଭିମାନ ଅଚଂଳର ୫ଟି ପଚାଂୟତ ବାସୀ ଦାବିକରି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.