Home ଜିଲ୍ଲା ପରିକ୍ରମା ଜି.ଏମ୍.ୟୁ ର ଓଡ଼ିଆ ବିଭାଗରେ ଜାତୀୟ ୱେବିନାର୍

ଜି.ଏମ୍.ୟୁ ର ଓଡ଼ିଆ ବିଭାଗରେ ଜାତୀୟ ୱେବିନାର୍

52

ସମ୍ବଲପୁର, ୨୬/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଶୁକ୍ରବାର ଏକ ଜାତୀୟ ୱେବିନାର୍ ଅନୁଷ୍ଠିତ ହୋଇଯାଇଛି। ବିଭାଗମୁଖ୍ୟ ଡ.ଲକ୍ଷ୍ମୀପ୍ରିୟା ବେହେରାଙ୍କ ସଂଯୋଜନାରେ ଏହି ୱେବିନାର୍‌ ରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍.ନାଗାରାଜୁ ଅଧ୍ୟକ୍ଷତା କରିବା ସହ ଓଜଃସ୍ୱିନୀ ବକ୍ତବ୍ୟ ପ୍ରଦାନ କରିଥିଲେ। ୱେବିନାର୍‌ର ବିଷୟ “ଏକବିଂଶ ଶତାବ୍ଦୀର ଓଡ଼ିଆ କଥା ସାହିତ୍ୟରେ ନୂତନତା” ପ୍ରସଙ୍ଗରେ ବିଭାଗମୁଖ୍ୟ ପ୍ରାରମ୍ଭିକ ବକ୍ତବ୍ୟ ପରିବେଷଣ କରିଥିଲେ। ବିଷୟ ବିଶେଷଜ୍ଞ ଭାବେ ବିଶ୍ୱଭାରତୀ, ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ବରିଷ୍ଠ ଓଡ଼ିଆ ବିଭାଗ ପ୍ରଫେସର ମନୋରଞ୍ଜନ ପ୍ରଧାନ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ବରର ଓଡ଼ିଆ ବିଭାଗ ସହଯୋଗୀ ପ୍ରଫେସର ଡ.ଦେବାଶିଷ ପାତ୍ର ଯୋଗଦେବା ସହ ସାମ୍ପ୍ରତିକ ଓଡ଼ିଆ କଥାସାହିତ୍ୟର ନୂତନ ଦିଗ, ଶୈଳୀ, ଗଠନକଳା, ଚରିତ୍ର, ରୂପଗତ ପରିବର୍ତ୍ତନ ସମ୍ପର୍କରେ ଗଭୀର ଦୃଷ୍ଟିଭଙ୍ଗୀ ପ୍ରଦାନ କରିଥିଲେ। ଅଧ୍ୟାପକ ଡ.ପରୀଖିତ ଭୋଇ ଓ ଡ.ରଞ୍ଜନ ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଅଧ୍ୟାପିକା ଡ.ସ୍ୱପ୍ନାରାଣୀ ସିଂ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଏହି ୱେବିନାର୍‌ରେ ବିଭାଗର ଶତାଧିକ ଗବେଷକ ଗବେଷିକା ଓ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଗବେଷକ ଗବେଷିକା ଓ ଅଧ୍ୟାପକ ଅଧ୍ୟାପିକା ଅନ୍‌ଲାଇନ୍ ଯୋଗେ ଯୋଡ଼ିହୋଇ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଏଥି ସହ ଜି.ଏମ୍.ୟୁର ସ୍ନାତକୋତ୍ତର ଶିକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଫେସର ମୋହିନ ମହମ୍ମଦ, କୁଳସଚିବ ଗିରୀଶ ଚନ୍ଦ୍ର ସିଂ ଏବଂ ଉପକୁଳସଚିବ ଡ.ଉମାଚରଣ ପତି ୱେବିନାର୍ କାର୍ଯ୍ୟକ୍ରମରେ ପୃଷ୍ଠପୋଷକତା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭାଗମୁଖ୍ୟ ଡ.ଲକ୍ଷ୍ମୀପ୍ରିୟା ବେହେରା ଅଲୋଚ୍ୟ ପ୍ରସଙ୍ଗର ନିଷ୍କର୍ସ ଉପସ୍ଥାପନ ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.