Home ଓଡ଼ିଶା ନାବାର୍ଡ ସଂସ୍ଥାର ୪୦ତମ ପ୍ରତିଷ୍ଟା ଦିବସରେ ମାଲକାନଗିରି ର ଆଦିବାସୀ ଯୁବତୀ ସମ୍ମାନିତ

ନାବାର୍ଡ ସଂସ୍ଥାର ୪୦ତମ ପ୍ରତିଷ୍ଟା ଦିବସରେ ମାଲକାନଗିରି ର ଆଦିବାସୀ ଯୁବତୀ ସମ୍ମାନିତ

34

ମାଲକାନଗିରି,୨୦ା୭ (ଓଡିଆ ପୁଅ ) ନାବାର୍ଡ ସଂସ୍ଥାର ୪୦ତମ ପ୍ରତିଷ୍ଟା ଦିବସ ପାଳନ ଅବସରେ ମାଲକାନଗିରି ଜିଲ୍ଲା ର ସମାରୀ ମୁଦୁଲି ନାମ କ ଜଣେ ଆଦିବାସୀ ଯୁବତୀଙ୍କୁ ତାଙ୍କର ଉଲେଖ୍ୟନିୟ ସଫଳତା ପାଇଁ ସମ୍ମାନିତ କରାଯାଇଛି । ଆଜି ରାଜ୍ୟସ୍ତରରେ ରାଜଭବନଠାରେ ରାଜ୍ୟପାଳ ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମାଧ୍ୟମରେ ନାବାର୍ଡ ର ୪୦ତମ ପ୍ରତିଷ୍ଟା ଦିବସ ପାଳନ କରାଯାଇଥିବା ବେଳେ ୩୦ଟି ଯାକ ଜିଲ୍ଲାକୁ ସିଧାସଳଖ ଭାବେ ଅନଲାଇନ ଭର୍ଚୁଆଲ ମାଧ୍ୟମରେ ସଂଯୋଗ କରାଯାଇଥିଲା । ସେଥି ମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଡିଆରଡିଏ ସମ୍ମିଳନୀ କକ୍ଷରେ ନାବାର୍ଡ ସଂସ୍ଥା ପକ୍ଷରୁ ନାବାର୍ଡର ୪୦ତମ ପ୍ରତିଷ୍ଟା ଦିବସ ପାଳନ ଅବସରେ ଜିଲ୍ଲାପାଳ ବୀଶାଲ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମାଲକାନଗିରି ଜିଲ୍ଲା ପୋଡାଘାଟ ଗ୍ରାମର ଆଦିବାସୀ ଯୁବତୀ ସମାରୀ ମୁଦୁଲି ଙ୍କୁ ତାଙ୍କର ଉଲେଖ୍ୟନୀୟ କାର୍ଯ୍ୟପାଇଁ ଜିଲ୍ଲାପାଳ ଶ୍ରୀ ସିଂ ସମ୍ମାନିତ କରିବାସହିତ ସିଲ୍ଡ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ସମାରୀ ନାବାର୍ଡା ସଂସ୍ଥାଦ୍ୱାରା ଏମଇଡିପି ପୋଗ୍ରାମ ମାଧ୍ୟମରେ ଟେଲରିଂ ତାଲିମ ନେଇ ନିଜେ ସ୍ୱାବଲମ୍ବି ହେବାସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବି କରିପାରିଛନ୍ତି । ସମାରୀ ବିଭିନ୍ନ ଆଦିବାସୀ ଗାଁ ଗହଳରେ ଅନେକ ମହିଳା ସ୍ୱୟଂସହାୟକ ଗୋଷ୍ଠି କରି ସେମାନଙ୍କୁ ବାଡିବଗିଚାରେ ପନିପରିବା ସହିତ କୃଷି ଓ ଟେଲରିଂ ତାଲିମ ଦେଇ ସ୍ୱାବଲମ୍ବି କରିପାରିଥିବାରୁ ରାଜ୍ୟସରକାର ଙ୍କ ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ତାଙ୍କୁ ସମ୍ମାନିତ କରାଯିବାସହିତ ପୁରସ୍କୃତ କରାଯାଇଛି । ଏହି ଉତ୍ସବ ଅବସରରେ ଅନ୍ୟାନ ମାନଙ୍କ ମଧ୍ୟରେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ,ଏଲଡିଏମ ପରିଚାଳକ ଏନ.ପି.ପାଢି,ନାବାର୍ଡ ଡିଡିଏମ ପି.ବେଉରୀଆ,ଓଡିଶା ଜୀବୀକା ମିଶନ ଜିଲ୍ଲାପରିଚାଳକ ପବିତ୍ରମୋହନ ବାରା ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ କୋଭିଡ ନିୟମପାଳନ କରି ଉପସ୍ଥିତ ଥିଲେ । ଜିଲ୍ଲାରେ ଥିବା ଏସଏଚଜି ଙ୍କୁ ନାବାର୍ଡା ସଂସ୍ଥା ପକ୍ଷରୁ ବିଭିନ୍ନ ଯୋଜନାରେ ତାଲିମ ଦେଇ ସେମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସିଂ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.